ଲୋଇସିଂହା ବ୍ଳକ ବିଜେପି ପକ୍ଷରୁ ଭ୍ରାମ୍ୟମାଣ ଡିଜିଟାଲ ସେବା ଆରମ୍ଭ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀର ବୁର୍ଡା ଗ୍ରାମ ଠାରେ ଭ୍ରାମ୍ୟମାଣ ଡିଜିଟାଲ ସେବା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ବିଜେପି ଯୁବ ସଂଗଠକ ରାଜୁ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ଏହି ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏହି ସେବାରେ ଯେଉଁମାନେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଅଥବା ରାସନ କାର୍ଡରୁ ବଞ୍ଚିତ ଥିବେ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇ ନ ଥିବେ, ସେମାନଙ୍କୁ ମାଗଣାରେ ତାଲିକାଭୁକ୍ତ କରି ଉକ୍ତ ସେବା ଯୋଗାଇ ଦିଆଯିବ। ଆଜି ବୁର୍ଡା ଗ୍ରାମ ପଞ୍ଚାୟତର ଭତ୍ତା ଓ ଆବାସ ଯୋଜନାରୁ ବଞ୍ଚିତ ଥିବା ବହୁ ହିତାଧିକାରୀଙ୍କୁ ଏହି ସେବାରେ ଅନ୍ତର୍ଭୁକ୍ତ କରାଯାଇ ରେଫରାଲ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.