oom

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ବୃକ୍ଷ ରୋପଣ ଓ ବ୍ଲକ କମିଟି ଗଠନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ହରିଶଙ୍କର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ସାହୁ, ଫରେଷ୍ଟ ରେଞ୍ଜର ଶ୍ରୀବଚ୍ଛ କୁମୁରା ସମ୍ମାନନୀୟ ଅତିଥି, ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇ, ଉପଦେଷ୍ଟା ପ୍ରଦେଶୀ ବିଶ୍ୱାଲ, ଅକ୍ଷୟ ପ୍ରଧାନ ମଞ୍ଚାସିନ ଥାଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ୧୦୦ ଚାରା ପାନ୍ଥନିବାସ ସମ୍ମୁଖରେ ଲଗାଯାଇଥିଲା । ଏହାକୁ ସମ୍ପାଦକ ପୂର୍ଣ୍ଣ ବିଶ୍ୱାଲ, ସହସଂପାଦକ କସ୍ତୁବ ସାହୁ, ଉପସଭାପତି ସୁଧିର ପଧାନ, ଅକ୍ଷୟ ପଧାନ, ଦିଲିପ ନାଏକ, ସଞ୍ଜିବ ସାହୁ, ସୁଶାନ୍ତ ପଧାନ, ଡୋଳାମଣି ସାହୁ, ସ୍ୱାଗତ ସାହୁ, ପ୍ରଶାନ୍ତ ଗଡତ୍ୟା, ଜପ କ୍ରିଷ୍ଣା ଭୋଇ, ବିଶ୍ୱଜିତ ପଧାନ, ଅନିସ ପଧାନ, ଗୋପାଲ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଜିଲ୍ଲା କୁଲୁତା ସମାଜ ବଲାଙ୍ଗିର ଅଧିନରେ ଥିବା ଖପ୍ରାଖୋଲ ବ୍ଲକ କମିିଟି ଗଠନ କରାଯାଇଥିଲା । ଏଥିରେ ଖପ୍ରୋଖୋଲ ବ୍ଲକ ସଭାପତି ଭାବେ ଅକ୍ଷୟ ପଧାନ, ଉପସଭାପତି ସଞ୍ଜିବ ସାହୁ, ସମ୍ପାଦକ ସୁଶାନ୍ତ ପଧାନ, ସହସଂପାଦକ ଯଶୋବନ୍ତ ସାହୁ, କୋଷାଧ୍ୟକ୍ଷ ଦିଲିପ ନାଏକ, ସଭ୍ୟ ଜପକୃଷ୍ଣ ଭୋଇ, ସୁଧିର ପଧାନ, ବିଶ୍ୱଜିତ ପଧାନ, ଓଁକାର ଭୋଇ, ସଂଜିବ ବାରିକ ଓ କୁଶ ରଞ୍ଜନ ଭୋଇ ମନୋନିତ ହୋଇଥିଲେ ।

jittmm
Leave A Reply

Your email address will not be published.