csstore

ପର୍ଯ୍ୟଟନ ମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାର ଐତିହାସିକ ମାର୍ଦ୍ଦା ମନ୍ଦିର ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାର ଐତିହାସିକ ମାର୍ଦ୍ଦା ମନ୍ଦିର ପରିଦର୍ଶନ କରିଥିଲେ । ଏହି ଅବସରରେ ମାର୍ଦ୍ଦା ମନ୍ଦିରକୁ ପର୍ଯ୍ରଟନସ୍ଥଳୀର ମାନ୍ୟତା ଦେବା ପାଇଁ ଉଦ୍ୟମ କରିବେ ବୋଲି ମନ୍ତ୍ରୀ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ ଯେ, ପର୍ଯ୍ରଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଦୁଇ ଦିନ ହେଲା ଗଞ୍ଜାମ ଗସ୍ତରେ ଆସିଥିବା ବେଳେ ସେ ଏହି ଦୁଇ ଦିନ ମଧ୍ୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି । ଏହି କ୍ରମରେ ଐତିହାସିକ ମାର୍ଦ୍ଦା ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି । ପ୍ରକାଶ ଥାଉକି, ୧୭୩୩ ମସିହାରେ ତକି ଖାଁର ଆକ୍ରମଣରୁ ପ୍ରଭୁ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ଗଜପତି ମହାରାଜାଙ୍କ ଅନୁରୋଧ ରକ୍ଷା କରି ଆଠଗଡର (ଗଞ୍ଜାମ ଜିଲ୍ଲା) ରାଜା ପୋଲସରା ଠାରୁ ପ୍ରାୟ ସାତ କିଲୋମିଟର ଦୂର ନିଘଞ୍ଚ ଜଙ୍ଗଲ ମଧ୍ୟରେ ରାତା ରାତି ଐତିହାସିକ ମାର୍ଦ୍ଦା ମନ୍ଦିର ନିର୍ମାଣ କରିଥିଲେ । ଏହା ସୁଦୀର୍ଘ ପ୍ରାୟ ତିନି ଶହ ବର୍ଷ ବିତିଯାଇଥିଲେ ବି ମନ୍ଦିର ଟି ଅକ୍ଷୁର୍ଣ୍ଣ ରହିଛି । ଅବସ୍ଥା ସୁଧୁରିବା ପରେ ପୁରୀ ଗଜପତି ପୁଣି ତିନି ମୂର୍ତ୍ତିଙ୍କୁ ନେଇ ଯିବାରୁ ବର୍ତ୍ତମାନ ଉକ୍ତ ମନ୍ଦିରରେ କେବଳ ତିନିଟି ପିଣ୍ଡି ପୂଜା ପାଉଛନ୍ତି । ମାର୍ଦ୍ଦା ମନ୍ଦିରର ଐତିହାସିକ ଗୁରୁତ୍ୱ ଥିବାରୁ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦୀର୍ଘ ବର୍ଷ ହେଲା ଦାବୀ ହୋଇ ଆସିଛି । ଏଣୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଘୋଷଣା ପରେ ଅଞ୍ଚଳବାସୀ ଖୁବ-ଆନନ୍ଦ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.