ବ୍ରହ୍ମଣୀ ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ବୌଦ୍ଧ, (ମମତା ମହାକୁର) : ସ୍ୱଚ୍ଛତା ହିଁ ଜୀବନ ଏ ମର୍ମକୁ ବୁଝି ବ୍ରହ୍ମଣୀ ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ ପକ୍ଷରୁ ଏକ ସଫେଇ ଅଭିଯାନ ସାମନ୍ତ ପ୍ରଧାନଙ୍କ ଆବହକତ୍ୱରେ ଏସୋସିଏସନ ସଭାପତି ଅର୍ଜୁନ ପ୍ରଧାନଙ୍କ ନେତ୍ତୃତ୍ୱ ନେଇଥିବା ବେଳେ ସଂପାଦକ ନେପାଳ ପଲିଆ, କାର୍ଯ୍ୟକାରିଣୀ ସଦସ୍ୟ ଶିବ କମ୍ପ, କୁଶ ପ୍ରଧାନ, ଲବ ପ୍ରଧାନ, ରାଜିନ କର୍ମୀ, ମହୋତ୍ସବ କମିଟି ସଭାପତି ସୁକାନ୍ତ ପ୍ରଧାନ, ପ୍ରମୁଖ ଯୋଗଦେଇ ଗ୍ରାମ୍ୟ ରାସ୍ତା, ନାମଗୁଡି ପରିସର, ମଣ୍ଡପ ଆଦି ସ୍ଥାନ ସଫେଇ କରିଥିଲେ । ଆଗାମୀ ଦିନରେ ସମସ୍ତଙ୍କୁ ସଚେତନ କରାଇ ଏହି ସ୍ୱଚ୍ଛ ଅଭିଯାନରେ ସାମିଲ କରି ଗ୍ରାମ୍ୟ ପରିସର, ବିଦ୍ୟାଳୟକୁ ମଧ୍ୟ ସଫେଇ ପାଇଁ ଏକ ଆହ୍ୱାନ ବୋଲି କାର୍ଯ୍ୟକର୍ତା ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.