oom

ଉନ୍ଦେର ନଦୀ ଅପର ପାଖରେ ଚାରିଟି ପଂଚାୟତକୁ କେନାଲ ଅପହଂଚ ଉପରେ କ୍ରିୟାନୁଷ୍ଠାନ କମିଟୀର ପ୍ରସ୍ତୁତି ବୈଠକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଉନ୍ଦେର ନଦୀ ଅପର ପାଖରେ ଚାରିଟି ପଂଚାୟତ ଜାମଖୁଣ୍ଟା, ଗନ୍ଧର୍ଲା, ଭୂର୍ଷାଗୁଡା, ଚାନ୍ଦୋତରାର ପାଖାପାଖି ୩୦ଖଣ୍ଡ ଗାଁର ମୌଜା ଉପର ମୁଣ୍ଡ ନୂଆପଡା ଜିଲ୍ଲା ତିଖାଲି ଠାରେ ଦୀର୍ଘ ବର୍ଷ ହେଲାଣି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଗୁଡିକ ନିର୍ମାଣ କାର୍ଯ୍ୟ ଶେଷ ହୋଇ ବଙ୍ଗୋମୁଣ୍ଡା ବ୍ଲକ ସହ ଅନ୍ୟ ଜିଲ୍ଲା ଗୁଡିକର ଗାଁରେ କେନାଲ ବ୍ୟବସ୍ଥା ହୋଇ ସାରିଥିବା ବେଳେ ଉକ୍ତ ଚାରିଟି ପଂଚାୟତକୁ ପାତର ଅନ୍ତର ଭେଦଭାବ କାହିଁକି ଯାହାକି ପ୍ରଶାସନ ଜାଣିଶୁଣି ଚାଷୀ ମାନଙ୍କର ମୌଳିକ ଅଧିକାରକୁ ଅଣଦେଖା କରିଥିବା ଚାଷୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ କେନାଲ ଅପହଂଚ ଉପାନ୍ତ ଇଲାକାର ଉକ୍ତ ପଂଚାୟତ ମାନଙ୍କୁ ଯୋଗାଇ ଦେବା ପାଇଁ କରିଛି ଆଜିର କ୍ରିୟାନୁଷ୍ଠାନ କମିଟୀର ଚାଷୀ । ନ୍ୟାର୍ଯ୍ୟ ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ କୃଷି ବିକାଶ କ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରିବା ସଙ୍ଗେ କୃଷି ଆନ୍ଦୋଳନ କରିବାକୁ କମିଟୀ ପଛେଇବ ନାହିଁ ବୋଲି ପ୍ରସ୍ତୁତି ବୈଠକରେ କ୍ଷୋଭ ପ୍ରକାଶ କରି ସଂକଳ୍ପ ନେଇଛନ୍ତି । ଏହି ବୈଠକରେ ୪ଗୋଟି ପଂଚାୟତର ଶତାଧିକ ଚାଷୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସରକାର ଚାଷୀମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ହେଲେ ଏଠାରେ ତାହାର ବ୍ୟତିକ୍ରମ ହେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

jittmm
Leave A Reply

Your email address will not be published.