ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ଚମାର ମେହେର ଉଚ୍ଚ ବିଦ୍ୟାଳୟ ଠାରେ ୨୦୨୦ ମସିହାର ବ୍ଲକସ୍ତରୀୟ ବିଜ୍ଞାନ ମେଳାର ଭର୍ଚ୍ଚୁଆଲ ସିଲେକ୍ସନ କରାଯାଇଛି । ଉକ୍ତ ବିଜ୍ଞାନ ମେଲାରେ ପ୍ରାୟ ୨୫ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଉକ୍ତ ପ୍ରକଳ୍ପକୁ ଅମରେନ୍ଦ୍ର ହୋତା ଓ ପାର୍ଥସାରଥୀ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଶ୍ରେଷ୍ଠାକ୍ତ ୫ଟି ପ୍ରକଳ୍ପକୁ ନିର୍ଦ୍ଧାରଣ କରିଥିଲେ । ଏଥିରେ ଅଲଣ୍ଡା ରାଜୀବ ଗାନ୍ଧୀ ହାଇସ୍କୁଲ, ସିନ୍ଧେକେଲା ପଲ୍ଲୀଶ୍ରୀ ହାଇସ୍କୁଲ, ବଙ୍ଗୋମୁଣ୍ଡା ଚମାର ମେହେର ହଇାସ୍କୁଲ, ଭାଲୁମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଚୁଲିଫୁଙ୍କା ହାଇସ୍କୁଲ କୃତକାର୍ଯ୍ୟ ହୋଇଥିଲେ । ଉକ୍ତ ମେଲାରେ କନଭେନର୍‌ ପଙ୍କଜ ମେହେର, ସହ ସଂଯୋଜକ ଗଣପତି ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଜୟନ୍ତ ପ୍ରଧାନ, ଅକ୍ଷୟ କୁମାର ସାହୁଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.