oom

ବିଜୁ ଛାତ୍ର ଜନତା ଦଳ ବରଗଡର ଡିଜିଟାଲ ସମ୍ପାଦକଙ୍କ ନାମ ଘୋଷଣା : ବିଜେପୁର ଏନ୍‌ଏସି ପାଇଁ କିରଣ କୁମାର ଦଣ୍ଡସେନାଙ୍କୁ ନିଯୁକ୍ତି

jsmm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ସଭାପତି କରଣ ସିକେନ୍ଦରଙ୍କ ଅନୁମୋଦନ କ୍ରମେ ତଥା ଜିଲ୍ଲା ଡିଜିଟାଲ ସଂପାଦକ ଭୂପତି ପ୍ରଧାନଙ୍କ ପରାମର୍ଶରେ ଦଳର ଛାମୁଆ ଛାତ୍ର ସଂଗଠନ ଡିଜିଟାଲ କ୍ଷେତ୍ରରେ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ତଥା ସୋସିଆଲ ମିଡିଆରେ ଦଲର ଟିକି ନିକି ବାର୍ତା, ପ୍ରଚାର ପ୍ରସାର ତଥା ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା କାର୍ଯ୍ୟକୁ ଗାଁରୁ ସହରରେ ରହୁଥିବା ଲୋକଙ୍କର ପାଖକୁ ସୋସିଆଲ ମିଡିଆ ମାଧ୍ୟମରେ ପହଞ୍ଚାଇବା ପାଇଁ ଆଜି ନୂତନ ଡିଜିଟାଲ ସମ୍ପାଦକମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବିଜେପୁର ଏନ୍‌ଏସି ପାଇଁ କିରଣ କୁମାର ଦଣ୍ଡସେନାଙ୍କୁ ନିଯୁକ୍ତି ଦିଆଯାଇଛି । କିରଣ କୁମାର ପ୍ରଥମ କରି ଏଭଳି ମର୍ଯ୍ୟଦାପୂର୍ଣ୍ଣ ପଦବୀରେ ମନେନୀତ ହୋଇଥିବାରୁ ବିଜୁ ଛାତ୍ର ଜନତା ଦଳର କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସୁଅ ଛୁଟୁଛି ।

jittmm
Leave A Reply

Your email address will not be published.