ସବୁଜ ଡେଲାଙ୍ଗ ଟ୍ରଷ୍ଟର ବନ ମହୋତ୍ସବ ଅଭିଯାନ ଆରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମରେ ଗଢି ଉଠିଥିବା ‘ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ’ ବନ ମହୋତ୍ସବ ଅଭିଯାନ ଆରମ୍ଭ ହୋଇଯାଇଛି । ଡେଲାଙ୍ଗର ଅତିରିକ୍ତ ତହସିଲଦାର ତଥା ସବ୍ ରେଜଷ୍ଟୀର ରଞ୍ଜନ କୁମାର ନାୟକ ବନ ମହୋତ୍ସବ ଅଭିଯାନ ବ୍ୟାନରଟିକୁ ଲୋକାର୍ପଣ କରି କହିଲେ- ସଂପ୍ରତି ଜଳବାୟୁ ପରିବର୍ତ୍ତନ ବିଶ୍ୱକୁ ଏକ ସଂକଟ ମଧ୍ୟକୁ ଠେଲି ଦେଇଛି, ଯାହାକି ବୃକ୍ଷ ରୋପଣ ହିଁ ଏହାର ସମାଧାନର ଏକମାତ୍ର ପଥ । ଅଧିକରୁ ଅଧିକ ଗଛ ଲଗାଇ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମତ ରଖିଥିଲେ । ସବୁଜ ଡେଲାଙ୍ଗ ଟ୍ରଷ୍ଟର ଏହି ଫଳପ୍ରଦ ଉଦ୍ୟମକୁ ସାଧୁବାଦ ଜ୍ଞାପନ କରିଥିଲେ । ଏହାପରେ ଉକ୍ତ ଅଭିଯାନରେ ସାମିଲ ହେବା ପାଇଁ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତି ବଂଧୁ ଆଇନଜୀବି ହୃଷୀକେଶ ପାଢୀ, ସଂପାଦକ ସୋମନାଥ ସେନାପତି ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସହକାରୀ ଯନ୍ତ୍ରୀ ଆଲୋକ ରଞ୍ଜନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଓଝା, ପରିବେଶ ପ୍ରେମୀ ପ୍ରତାପ ଚନ୍ଦ୍ର ଦାସ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଏତାଦୃଶ ଉଦ୍ୟମକୁ ପ୍ରଶଂସା କରିଥିଲେ ।ଏହି ଅବସରରେ ବଉଳ, ନିମ୍ବ, ପିଜୁଳି, ବାଦାମ ଚାରା ରୋପଣ ସହ ବଣ୍ଟନ କରାଯାଇଥିଲା । ଶେଷରେ ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢୀ ପରିବେଶ ପାଇଁ ଗଛଟିଏ ଆହ୍ବାନ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.