ଧର୍ମେନ୍ଦ୍ରଙ୍କୁ ଶିକ୍ଷା ମନ୍ତ୍ରୀ ସହିତ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଳୀ : ଗତକାଲି ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହିତ ଦେଶର ନୂଆ ଶିକ୍ଷା ମନ୍ତ୍ରୀ ସହିତ ଦକ୍ଷତା ବିକାଶ ମନ୍ତ୍ରଣାଳୟର କାର୍ଯ୍ୟଭାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି । ତେବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ପରିବର୍ତ୍ତନ ହୋଇ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ବେଳେ ଧର୍ମେନ୍ଦ୍ରଙ୍କ ସ୍ଥାନରେ ହରଦିପ ସିଂ ପୁରୀଙ୍କୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦିଆଯାଇଛି । ସେହିପରି ଅନୁପମା ଦେବୀଙ୍କୁ ଷ୍ଟିଲ ମନ୍ତ୍ରଣାଳୟ ଦିଆଯାଇଛି । ଧର୍ମେନ୍ଦ୍ର ୨୦୧୪ ମସିହାରୁ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଉଥିବା ବେଳେ ରମେଶ ପୋଖରିଆଲ ନିଶଙ୍କଙ୍କ ସ୍ଥାନରେ ନୂତନ ଶିକ୍ଷା ମନ୍ତ୍ରୀ ଭାବରେ ଧର୍ମେନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।

Leave A Reply

Your email address will not be published.