ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୨ତମ ବନ ମହୋତ୍ସବ ପାଳନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଛି । ରିଷିଡାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଞ୍ଜ ଓ ଆମ ଜଙ୍ଗଲ ଯୋଜନା ତଥା ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ପି.ଏ.କେ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଏଥିରେ ମଦନପୁର ବନପାଳ ଲବ ପଣ୍ଡା, ଗୟାଧର ମାଝୀ, ଆମ ଜଙ୍ଗଲ ଯୋଜନାର ଦଳପତି ପ୍ରଦୀପ ସାହୁ, ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା ଯୋଗ ଦେଇ ବୃକ୍ଷ ରୋପଣର ମହନୀୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ପରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ଯୋଗଦେଇ ଗଛ ଲଗାଇଥିଲେ । ସେହିପରି ତେରେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ ପ୍ରଧାନ ଶିକ୍ଷକ ଗରୁଡ଼ଧ୍ଵଜ ଗହୀରଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳିତ ହୋଇଥିଲା । ଏଥିରେ ସହ ଶିକ୍ଷକ ପଙ୍କଜ ବାରିକ, ଅଶୋକ ତ୍ରିପାଠୀ, ନୀଳମଣି ଗହୀର, କ୍ଷୀରସାଗର ରଣା, ସୂର୍ଯ୍ୟମଣି ରଣା, ସିଆରସିସି ଦଣ୍ଡପାଣି ନାଏକ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.