jayashree

ବୀରଧନଞ୍ଜୟପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ବ୍ଲକ୍ ଅନ୍ତର୍ଗତ ବୀରଧନଞ୍ଜୟପୁର ଗ୍ରାମରେ ବନ୍ୟପ୍ରକଳ୍ପ ଯୋଜନା କରିବା ଲକ୍ଷ୍ୟ ନେଇ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମାସ୍କୋ, କାର୍ପ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବୀରଧନଞ୍ଜୟପୁର ଓ ଧରଣୀ ଧର ଉଚ୍ଚ ବିଦ୍ୟାଳୟ ବରଗାଁ ମିଳିତ ଆନୁକୂଲ୍ୟରେ ବୀରଧନଞ୍ଜୟପୁର ଠାରେ ଏକ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ଫରେଷ୍ଟର ବବୁଲ କୁମାର ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାସ୍କୋର ସମ୍ପାଦକ ଡ଼ଃ. ରାମକୃଷ୍ଣ ସାହୁ ଯୋଗଦେଇ ବୃକ୍ଷ ରୋପଣର ଉପକାରୀତା ଉପରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ ବିଦେଶୀ ସାହୁ ଓ ସମ୍ମାନୀତ ବକ୍ତା ଭାବେ ଡ଼ଃ. ମଧୁସୂଦନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବନ ସଂରକ୍ଷଣ ଅଧିକାରୀ ଭାବେ ଅଭିମନ୍ୟୁ ସାହୁ ଯୋଗଦେଇ ବୃକ୍ଷରୋପଣର ତା’ରଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ନାୟକ, ପର୍ଶୁରାମ ସାହୁ, ଲଷ୍ମୀକାନ୍ତ ବିଷୋୟୀ, ସୁକାନ୍ତି ସାବତ, ଟୁକୁନା ସ୍‌ସ୍ୱାଇଁ, ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ପ୍ରଭାତ କୁମାର ତ୍ରିପାଠୀ ଓ ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବୀରଧନଞ୍ଜୟପୁର ଅଞ୍ଚଳରେ ପ୍ରାୟ ୧ ହଜାର ବୃକ୍ଷରୋପଣ କରିବା ପାଇଁ ଯୋଜନା କରିଛନ୍ତି ।

Leave A Reply

Your email address will not be published.