ଗତ ୨୪ ଘଂଟାରେ ଓଡ଼ିଶାରେ ୪୧୮୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୪୧୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୬୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୧୪ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ବରଗଡ଼ରୁ ୧୦୦, ଭଦ୍ରକରୁ ୮୧, ବଲାଙ୍ଗିରରୁ ୭୩, ବୌଦ୍ଧରୁ ୫୬, କଟକରୁ ୪୯୨, ଦେବଗଡ଼ାରୁ ୧୦, ଢେଙ୍କାନାଳରୁ ୬୭, ଗଜପତିରୁ ୨୫, ଗଂଜାମରୁ ୫୮, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୮୪, ଝାରସୁଗୁଡ଼ାରୁ ୮୩, କଳାହାଣ୍ଡିରୁ ୬୭, କନ୍ଧମାଳରୁ ୭୭, କେନ୍ଦ୍ରାପଡ଼ାରୁ ୧୨୧, କେଉଁଝରରୁ ୭୩, ଖୋର୍ଦ୍ଧାରୁ ୬୮୮, କୋରାପୁଟରୁ ୯୯, ମାଲକାନଗିରିରୁ ୫୩, ମୟୁରଭଂଜରୁ ୧୬୩, ନବରଙ୍ଗପୁରରୁ ୭୩, ନୟାଗଡ଼ରୁ ୫୪, ନୂଆପଡ଼ାରୁ ୫୪, ପୁରୀରୁ ୧୬୬, ରାୟଗଡ଼ାରୁ ୧୬୦, ସମ୍ବଲପୁରରୁ ୧୨୭, ସୋନପୁରରୁ ୬୨, ସୁନ୍ଦରଗଡ଼ରୁ ୧୬୬, ଷ୍ଟେଟ୍‌ ପୁଲ୍‌ ୩୩୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୭୧୩୪୧ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୩୪୬୬ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.