csstore

ଆକ୍ସନ ମୁଡରେ ବେଲପଡା ପୁଲିସ : ବ୍ୟାପୁଛି ନିଶା କାରବାର, ୨୦୦ ବୋତଲ କଫ ସିରଫ ଜବତ, ୧ କୋର୍ଟ ଚାଲାଣ

ବେଲପଡା, (କରୁଣାକର ବୁଡେକ) : ବେଲପଡା ବ୍ଲକରେ ଦିନକୁ ଦିନ ନିଶାକାରବାର ବୃଦ୍ଧି ପାଉଛି । ଗାଁ ଠୁ ସହର ସବୁ ଗଳିକନ୍ଧିରେ ନିଶା ମାଫିଆଙ୍କ ରାଜ ଚାଳିଛି । ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ ମାନେ ଖୋଲାଖୋଲି ଭାବେ ନିଜ କାରବାର ଚଲାଇଛନ୍ତି । ଅଚଂଳରେ କିଛି ଦିନର ନୀରବତା ପରେ ପୁଣି ଆକ୍ସନ ମୁଡରେ ବେଲପଡା ପୁଲିସକୁ ଦେଖିବାକୁ ମିଳୁଛି । ଦୁଇ ଦିନ ତଳେ କପାଣି ଗାଁରୁ ୧୨ଶହ କପ ସିରଫ ସହ ଏକ ଚାରି ଚକିଆ ଗାଡି ପୁଲିସ ଜବତ କରିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ବେଲପଡା ତାରିଣୀ ମନ୍ଦିର ପଛପଟେ ରହୁଥିବା ଲଳିିତ କାନ୍ଦଙ୍କ ଘରୁ ପୁଲିସ ୨୦୦ ବୋତଲ କଫ ସିରଫ ଜବତ କରଥିବା ଜଣାପଡିଛି । । ପ୍ରାପ୍ତ ସୂଚନା ମତେ ବହୁ ଦିନରୁ ଲଳିତ କାନ୍ଦ ନିଜ ଘରେ ନିଶା କାରବାର ବ୍ୟବସାୟ କରୁଥିଲେ । ଏସମ୍ପର୍କରେ ବେଲପଡା ପୁଲିସ ଜାଣିବା ପରେ ଗୁରୁବାର ସନ୍ଧ୍ୟାରେ ଘରେ ଚଢଉ କରି ଘରୁ ୨୦୦ ବୋତଲ କଫ ସିରଫ ଜବତ କରିବା ସହ ଲଲିତ କାନ୍ଦକୁ ବେଲପଡା ଥାନାକୁ ଆଣିଥିଲା । ଥାନାରେ କେସ ନଂ ୧୨୪/୨୧ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟ ଚାଳାଣ କରିଥିବା ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି । ତେବେ ବେଲପଡା ଅଚଂଳରେ ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଉଥିବାରୁ ଏହା ଉପରେ ମଧ୍ୟ ପୁଲିସ ଗୁରୁତ୍ୱ ଦେବାକୁ ଜନସାଧାରଣ ଦାବୀ କରୁଛନ୍ତି ।

jayashree
Leave A Reply

Your email address will not be published.