ଏଣିକି କରୋନା ଟୀକା ନେଇପାରିବେ ଗର୍ଭବତୀ

ନୂଆଦିଲ୍ଲୀ : କରୋନା ଟୀକା ନେଇପାରିବେ ଗର୍ଭବତୀ ବୋଲି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା । ବିଭିନ୍ନ ଆଲୋଚନା ଓ ତର୍ଜମା ପରେ ଗର୍ଭବତୀଙ୍କ କରୋନା ଟୀକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ମହାମାରୀରୁ ଗର୍ଭବତୀଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଗର୍ଭବତୀମାନେ ଚାହିଁଲେ କୋୱିନ ଆପ୍‌ରେ ପଞ୍ଜୀକରଣ କରି ସ୍ଲଟ ବୁକିଂ କରିପାରିବେ । କିମ୍ବା ଟୀକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ତେବେଏନ୍‌ଟିଏଆଇଜି ମଧ୍ୟ ଗତ ସପ୍ତାହରେ ଗର୍ଭବତୀଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ।

Leave A Reply

Your email address will not be published.