ମୋଟରସାଇକେଲ ଦୁର୍ଘଟଣାରେ ତିନି ମୃତ ପରିବାରଙ୍କୁ ସହାୟତା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ମୋଟର ସାଇକେଲ ଦୁର୍ଘଟଣାରେ ମୃତକ ପରିବାର ବର୍ଗଙ୍କୁ ବ୍ଲକ କଂଗ୍ରେସ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ କୁମାର ଶତପଥୀ ମଙ୍ଗଳବାର କେ.ଟି ନାରାୟଣପୁର ଗ୍ରାମରେ ପହଞ୍ଚି ତିନି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପ୍ରତ୍ୟେକ ପରିବାରଙ୍କୁ ୫ ହଜାର ଟଂକା ଲେଖାଏଁ ମୋଟ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ତତ୍‌ ସହିତ ଚାଉଳ, ଜାଇ, ପନିପରିବା, ଚୁଡା, ଗୁଡ଼ ଆଦି ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଲଡୁ ପ୍ରଧାନ, ଜୁରିଆ ପ୍ରଧାନ, ସାନିଆ ପ୍ରଧାନ ପ୍ରମୁଖ ମୃତକଙ୍କ ପିତାମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏଥିରେ ନରେନ୍ଦ୍ର ସ୍ୱାଇଁ, ଭଗବାନ ଶତପଥି, ନରସିଂହ ସେଠୀ, ଜିତୁ ବେହେରା, ରାମଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୁବନେତା ଯୋଗଦେଇଥିଲେ । ଏଥିରେ ଜି.ଶ୍ରୀହରି, ବିପ୍ର ପ୍ରଧାନ, ଶିବ ପାଣିଗ୍ରାହୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.