ତୃତୀୟ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଆନ୍ଦୋଳନ ସତ୍ୱେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ଜିଲ୍ଲା ସାରା ରବି ଋତୁରେ ସଂଗ୍ରହ ହୋଇ ମଣ୍ଡିରେ ପଡି ରହିଥିବା ହଜାର ହଜାର କ୍ଵିଣ୍ଟାଲ ଧାନ ବିକ୍ରି ନ ହୋଇପଡି ରହିଛି । ଗତ କିଛିଦିନ ପୂର୍ବେ ଚାଷୀମାନେ ବରପାଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଧାରଣାରେ ବସି ଥିଲେ । ସେହିପରି କୋସଲ ସେନା ପକ୍ଷରୁ ଗୋଡଭଗା ଠାରେ ଜାତୀୟ ରାଜପଥ ଅବରୋଧ କରି ଚାଷୀଙ୍କ ଧାନ ବିକ୍ରି ଦାବୀ କରିଥିଲେ । ଏବେ ପୁଣି ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ଅଞ୍ଚଳର ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ବସ୍ତା ରଖି ଗତ ୨୯ ତାରିଖରୁ ଧାରଣାରେ ବସିଛନ୍ତି । ତାଙ୍କ ଆନ୍ଦୋଳନକୁ ବିଭିନ୍ନ ଚାଷୀ ସଂଗଠନ ଓ ଅନୁଷ୍ଠାନ ସମର୍ଥନ ଜଣାଇ ଧାରଣାସ୍ଥଳରେ ବସିଥିବା ପରିଲକ୍ଷିତ ହୋଇଥିଲା । ଗତକାଲି ରାତିରେ ଜିଲ୍ଳା ପ୍ରଶାସନ ଓ ଯୋଗାଣ ଅଧିକାରୀ ଧାରଣାସ୍ଥଳରେ ବସିଥିବା ଚାଷୀଙ୍କ ସହ ଆଲୋଚନା କରିଥିଲେ । ହେଲେ କୌଣସି ସମାଧାନ ହୋଇପାରିନଥିଲା । ଫଳରେ ଆଜି ତୃତୀୟ ଦିନରେ ଚାଷୀମାନେ ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.