csstore

ବିରଳ ରକ୍ତ ଯୋଗାଡ଼ କରି ଜୀବନ ବଞ୍ଚାଇଲେ ମିଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା କାଳରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ଅନେକ ଥର ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଡ଼ କରି ଜୀବନ ବଞ୍ଚାଇ ଚର୍ଚ୍ଚାରେ ରହିଥିବା ଜଣେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳର ତଥା ଓଡ଼ିଶା ରକ୍ତଦାତା ମହାସଂଘ, ଟିଟିଲାଗଡ଼ ରକ୍ତ ଭଣ୍ଡାର ସଭାପତି ମିଳନ ବାରିକ । ଆଜି ଭବାନୀପାଟଣା ଡାକ୍ତରଖାନାରେ ଜଣେ ଅସହାୟକ ରୋଗୀ କୁରୁକ୍ଷେତ୍ର ବାରିକଙ୍କୁ ବିରଳ ରକ୍ତ ଏ ନେଗେଟିଭ ଗ୍ରୁପର ଆବଶ୍ୟକ ରହିଥିଲା । ତେବେ ଖବର ପାଇବା ପରେ ରକ୍ତଦାତା ମିଳନ ବାରିକଙ୍କ ଉଦ୍ୟମରେ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର କଣ୍ଟାବାଞ୍ଜିଙ୍କ ସହଯୋଗରେ ବିରଳ ରକ୍ତ ଯୋଗାଡ଼ ହୋଇ ଜୀବନ ବଞ୍ଚିପାରିଛି । ଯାହାକୁ ନେଇ ଏବେ ଅନେକ ପ୍ରଶଂସାର ସୁଅ ଛୁଟୁଛି । ଏହି ରକ୍ତ ଯୋଗାଡ଼ କରିବା ପାଇଁ ତାଙ୍କୁ କଣ୍ଟାବାଞ୍ଜି ରକ୍ତ ଭଣ୍ଡାରର କର୍ମଚାରୀ ଟେକିନିସିଏନ ସୁନୀତା ଭୋଇ, ଶିବ କୁମାର ସାହୁ, କୁଞ୍ଜବିହାରୀ ଦାସ, ଗୁରୁବାରୁ ରଣା, ରକ୍ତ ଦାତା ବଲାଙ୍ଗିରର ସଭାପତି ଜୟଦେବ ଜାଲ ଯାଦବ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.