ଗତ ୨୪ ଘଂଟାରେ ରାଜ୍ୟରେ ୩୫୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୫୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୩୦୧୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୨୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୨୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩୩, ବାଲେଶ୍ୱରରୁ ୨୭୧, ବରଗଡ଼ରୁ ୩୧, ଭଦ୍ରକରୁ ୧୫୮, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୩୩, କଟକରୁ ୫୦୧, ଦେବଗଡ଼ରୁ ୮, ଢେ଼ଙ୍କାନାଳରୁ ୫୬, ଗଜପତିରୁ ୨୪, ଗଂଜାମରୁ ୨୨, ଜଗତସିଂହପୁରରୁ ୧୪୫, ଯାଜପୁରରୁ ୨୫୬, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୯, କେଉଁଝରରୁ ୬୫, ଖୋର୍ଦ୍ଧାରୁ ୬୫୧, କୋରାପୁଟରୁ ୬୯, ମାଲକାନଗିରିରୁ ୬୧, ମୟୁରଭଂଜରୁ ୧୯୬, ନବରଂଗପୁରରୁ ୨୨, ନୟାଗଡ଼ରୁ ୧୦୦, ନୂଆପଡ଼ାରୁ ୨୦, ପୁରୀରୁ ୨୩୩, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୧୮, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୭୧ ଓ ଷ୍ଟେଟ ପୁଲ୍‌ରୁ ୧୦୦ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.