csstore

ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ୧୧୮ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର : ନବୀନର ପ୍ରତିଷ୍ଠାତା, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥି, ନବଚେତନତାର ନାନ୍ଦିକାର, ସଂଗୀତଜ୍ଞ, କ୍ରୀଡ଼ାବିତ, ମହୁରୀରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ୧୧୮ତମ ଜୟନ୍ତୀ ପାଳନ ଅବସରରେ ଗୁରୁବାର ସ୍ଥାନୀୟ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡ଼ା. ପି.ସି. ସାହୁ, ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଭଗବତ୍‌ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ସମାଜସେବା ଅନୁଷ୍ଠାନ କରମ୍ଭା କମାଣ୍ଡୋର ଅଧ୍ୟକ୍ଷ ରାମକୃଷ୍ଣ ପାତ୍ର, ବୈଜ୍ଞାନିକ ଡ଼ମ୍ବରୁଧର ସାହୁ, ନବୀନର ପ୍ରକାଶିକା ମଞ୍ଜୁ ରଥ, ସାମ୍ବାଦିକ ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ରବିନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରି ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭାପତି ଶ୍ରୀ ରଥ ନିଜ ବକ୍ତବ୍ୟରେ କୃପାସିନ୍ଧୁ ନରେନ୍ଦ୍ର ଦେବ “ନବୀନ’ର ପ୍ରତିଷ୍ଠା କରି ଓଡ଼ିଆ ଭାଷା ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ସହ ଓଡ଼ିଆ ଜନଜୀବନର ତ୍ରାଣକର୍ତ୍ତା ସାଜିଥିଲେ ବୋଲି ପ୍ରକାଶ କରିଥିଲେ । ଶେଷରେ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.