csstore

ଟୀକା ନେବା ପାଇଁ ବିଡିଓ ଗାଁକୁ ଗାଁ ବୁଲି ଲୋକଙ୍କୁ ବୁଝାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ମାଗଣାରେ ପ୍ରତିଷେଧକ ଟୀକା କୋଭିସିଲ ସରକାର ସର୍ବସାଧାରଣ ପାଇଁ ଉପଲବ୍ଧ କରୁଥିବା ବେଳେ ଲୋକେ ଟୀକା ନେବା ପାଇଁ ମଙ୍ଗୁ ନଥିବାରୁ ପାଇକମାଲ ବ୍ଲକ ବିଡିଓ ସୁରେନ୍ଦ୍ର ମେହେର ବୁଧବାର ବରତୁଣ୍ଡା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଘରକୁଘର ବୁଲି ଲୋକଙ୍କୁ ଟୀକା କେନ୍ଦ୍ରକୁ ଯାଇ କୋଭିଡ ଟୀକା ନେବାକୁ ବୁଝାଇବା ସହ ମଙ୍ଗେଇବାରେ ଲାଗିଛନ୍ତି । ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ବାଗ, ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇ ଓ ତୁଷ କୁମାର ଚନ୍ଦ୍ରକାର, ବ୍ଳକ ପ୍ରୋଗ୍ରାମିଙ୍ଗ ଅଫିସର ରେବତୀ ମୋହନ ଜେନା, ବିଡିଏମ ସଞ୍ଜିବ ମେହେର, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ପାଞ୍ଚାଳୀ ସୁନା, ବରତୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଜୟନ୍ତୀ ପୁଟା, ଆଇସିଡିଏସର ମାଣିକ୍ୟ ସାହୁ ଏବଂ ଗ୍ରାମମାନଙ୍କରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ମାନେ ଲୋକଙ୍କୁ ପ୍ରବର୍ତ୍ତାଇ କୋଭିଡ ଟୀକା ନେବାକୁ ପରାମର୍ଶ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.