jayashree

ମାଁ ମେଟାକାନି ମନ୍ଦିର ଯୋଗ କମିଟି ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମାଁ ମେଟାକାନି ମନ୍ଦିର ଯୋଗ କମିଟି ତରଫରୁ ସ୍ଥାନୀୟ ହାଟପଦାପଡା ପାର୍କଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ କମିଟିର ସଭାପତି ଲୋଟସ ଷଢଙ୍ଗି ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ପ୍ରତହ୍ୟ ଯୋଗ କରିବା ପାଇଁ କହିଥିଲେ । ବର୍ତ୍ତମାନ କରୋନା ପରିସ୍ଥିତିରେ ସମସ୍ତେ ଘରେ ବନ୍ଧ ଥିବାବେଳେ ଯୋଗ ଦ୍ୱାରା ଘରେ ରହି ମାନସିକ ଓ ଶାରିରିକ ବ୍ୟାୟାମ ସମ୍ଭବ ହୋଇପାରିବ । ତା’ସହିତ ବିଭିନ୍ନ ଯୋଗ ପଦ୍ଧତି ଅନେକ ରୋଗକୁ ସମୁଳେ ନଷ୍ଟ କରିବାରେ ସକ୍ଷମ । ଏହା ସାର ବିଶ୍ୱ ଜଣି ସାରିଛି । ତେଣୁ ସମସ୍ତେ ପ୍ରତହ୍ୟ ଯୋଗ କର ନିଜକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ ବୋଲି ଶ୍ରୀ ଷଢଙ୍ଗି କହିଥିଲେ । ଯୋଗ ଗୁରୁ ପ୍ରଦୀପ ବାବୁ ୫ ଗୋଟି ଯୋଗାସନ ଅଭ୍ୟାସ କରାଇବା ସହ ଏହା ଦ୍ୱାରା ରୋଗ ପ୍ରତିଷେଧକ ଶକ୍ତି ବଢାଯାଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ସଂପାଦକ ଶାନ୍ତନୁ ମିଶ୍ର ସଭା ପରିଚାଳନା କରିଥିଲେ । ଯୋଗ କମିଟିର ସମସ୍ତ ସଦସ୍ୟ କୋଭୀଡ ନିୟମ ପାଳନ କରି ଯୋଗାଭ୍ୟାସ କରିଥିଲେ ।

Leave A Reply

Your email address will not be published.