jayashree

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସଇଁତଲା, (ଅଜିତ କୁମାର ସାହୁ) : ଯୋଗ ଆମ ସଂସ୍କୃତିକୁ ଭାରତୀୟ ମୁନିଋଷିମାନଙ୍କ ଅମୂଲ୍ୟ ଅବଦାନ । ଯୋଗ, ଶରୀର ଏବଂ ମନ ବିଚାର ଏବଂ କର୍ମ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ସହିତ ପ୍ରକୃତି ଓ ମଣିଷ ଭିତରେ ସଂହତି ପ୍ରତିଷ୍ଠା କରିଥାଏ । ଯୋଗର ଗୁରୁତ୍ୱ ଉପଲବ୍ଧି ପୂର୍ବକ ସମଗ୍ର ବିଶ୍ୱରେ ଜୁନ ମାସ ୨୧ ତାରିଖକୁ ଯୋଗ ଦିବସ ଭାବରେ ପାଳନ କରାଯାଏ । ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିୟର ରେଡକ୍ରସ ୟୁନିଟ ତରଫରୁ ୭ମ ଆନ୍ତର୍ଜାତୀୟ ଯୋଗ ଦିବସ କୋଭିଡ-୧୯ ନିୟମ ଅନୁପାଳନ କରି ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କର ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ କାଉନ୍‌ସେଲର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଅନଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରିତା, ଉତ୍ତମ ମାନସିକ ସନ୍ତୁଳନ, ମାନସିକ ଦକ୍ଷତା ବୃଦ୍ଧି, ଶାରୀରିକ କ୍ରିୟା ମଧ୍ୟରେ ସଂହତି, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ମାଂସପେଶି ତଥା ଗଣ୍ଠିଜନିତ ଚଳନରେ ସ୍ୱାସ୍ଥନ୍ଦ୍ୟ ଓ ଫୁସଫୁସ ଦକ୍ଷତା ବୃଦ୍ଧି ହୋଇଥାଏ ବୋଲି ଶିକ୍ଷକ ଶିକ୍ଷୟତ୍ରୀମାନେ ବୁଝାଇ ଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ଲିଙ୍ଗରାଜ ନନ୍ଦ, ବ୍ରଜମୋହନ ମାଝି, ଆଦିତ୍ୟ ରଣା, ଶିକ୍ଷୟତ୍ରୀ ରେଣୁକା ସାହୁ, ଭାରତୀ ପଧାନ, ଦ୍ରୋପଦୀ ଭୋଇ, କାନ୍ତି ଭୋଇ, ଯଶୋବନ୍ତି ସୁନା ବିଦ୍ୟାଳୟ ପରିସରରେ ହୋଇଥିବା ଯୋଗଭ୍ୟାସରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ଆନ୍ତର୍ଜାତୀୟ ଯୋଗ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.