ସ୍ତ୍ରୀର ମାନ୍ୟତା ଦାବୀରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କିଛିଦିନ ତଳେ ପ୍ରେମ ପାଇଁ ବନ୍ଧୁକ ମୁନରେ ପରିବାରକୁ ଦୀର୍ଘ ପାଞ୍ଚ ଘଣ୍ଟା ଧରି ବନ୍ଧକ ରଖିବାର ଘଟଣା ନ ଲିଭୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ମାନ୍ୟତା ଦାବୀରେ ପ୍ରେମିକ ଘର ଆଗରେ ଧାରଣାରେ ବସିଛି ପ୍ରେମିକା । ଏଭଳି ଅଭାବନୀୟ ଘଟଣା ଦେଖବାକୁ ମିଳିଛି ଲୋଇସିଂହା ଥାନା ଆଗଲପୁର ବ୍ଲକ କଲାସର ଗ୍ରାମରେ । କଲାସର ଗ୍ରାମର ପିଣ୍ଟୁ ଚନ୍ଦନ ଏବଂ ପ୍ରମୋଦିନୀ ନାଗ ଉଭୟ ଉଭୟଙ୍କୁ ଭଲ ପାଉଥିଲେ ଏବଂ ବିବାହ କରିବା ପାଇଁ ଘରୁ ବାହାରି ପଳାଇ ଆସିଥିଲେ । କିଛିଦିନ ବାହାରେ ରହିବା ପରେ ପୀଡିତାକୁ ଛାଡ଼ି ପିଣ୍ଟୁ କୁଆଡେ ଚାଲି ଯାଇଥିଲା । ଏ ପଟେ ପିଣ୍ଟୁକୁ ଅପେକ୍ଷା କରି ପ୍ରମୋଦିନୀ ନ୍ୟାୟ ପାଇଁ ଲୋଇସିଂହା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ପର୍ୟ୍ୟନ୍ତ ପୀଡିତା ନ୍ୟାୟ ନ ପାଇବାରୁ ବାଧ୍ୟ ହୋଇ ସେ ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ପ୍ରକାଶ କରିଛନ୍ତି । ଏପରିକି ଯଦି ନ୍ୟାୟ ନ ମିଳେ, ତେବେ ନିଜ ଦେହରେ କିରୋସିନ ଢାଳି ଆତ୍ମାହୂତି ଦେବାକୁ ପୀଡିତା ଜଣକ ଚେତାବନୀ ଦେବା ସହିତ ନିଜ ପାଖରେ କିରାସିନି ଓ ଦିଆସିଲି ରଖିଥିବା ଦେଖିବାକୁ ମିଳିଛି । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.