csstore

ବଲାଙ୍ଗିର କବି ପରିଷଦ ପରିଚାଳନା କମିଟି ଗଠନ

ତୁରେକେଲା, (କୈଳାଶ ସଗ୍ରିଆ) : ଗତ ୧୭ ତାରିଖ ଗୁରୁବାର ସନ୍ଧ୍ୟା ସମୟରେ ଏକ ଗୁଗୁଲ ମିଟ ଭର୍ଚୁଆଲ ମାଧ୍ୟମରେ ଆବାହକ, ପ୍ରତିଷ୍ଠାତା ଭକ୍ତବନ୍ଧୁ ମେହେରଙ୍କ ଆବାହନ କ୍ରମେ ପ୍ରାୟ ଜିଲ୍ଲା ବାହାରୁ କବି, କବିୟତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଉକ୍ତ ସଭାରେ ବରିଷ୍ଠ କଲାକାର କାର୍ତ୍ତିକେଶ୍ଵର ସାହୁଙ୍କ ସଭାପତିତ୍ୱରେ ଉକ୍ତ ସଭା ପରିଚାଳନା ହୋଇ ସର୍ବ ସମ୍ମତି କ୍ରମେ କବି ପରିଷଦ ପରିଚାଳନା କମିଟି ଗଠନ କରିବା ପାଇଁ ପ୍ରସ୍ତାବ ସ୍ଥିରୀକୃତ ହେଇ ସର୍ବ ସମ୍ମତି ଅନୁସାରେ କାର୍ତ୍ତିକେଶ୍ଵର ସାହୁଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିଲା ଓ ଉପସଭାପତି ଭାବେ ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର, ସମ୍ପାଦକ ପ୍ରଶାନ୍ତ କୁମାର ତ୍ରୀପାଠୀ, ସହସମ୍ପାଦକ ତୁଲସୀରାମ ଜଗତ, ସଂଯୋଜକ ପୂର୍ଣ୍ଣଚନ୍ଦ୍ର ମେହେର, ସହ ସଂଯୋଜକ ଦୀଲିପ କୁମାର ମିଶ୍ର, ପ୍ରତିଷ୍ଠାତା ଓ ଆବାହକ ଭକ୍ତବନ୍ଧୁ ମେହେର, ମେମ୍ବର ସଦସ୍ୟ ବୃନ୍ଦ ଚିତ୍ତମନ ତାଣ୍ଡି ଚମ୍ପେଶ୍ଵର ନାଗ, ସଂଯୁକ୍ତା ପଣ୍ଡା, କୈଳାଶ ସଗ୍ରିଆ, ହରି ଦୀପ, ଡମ୍ବରୁଧର କୂଅର, ବିମ୍ବାଧର ମେହେର, ଟଙ୍କ ଭୋଇ, ଶୋଭିତ ତାଣ୍ଡି, ଜଗନ୍ନାଥ ମୁଦୁଲି, ଗୋପିନାଥ ମେହେର, କାହ୍ନୁ ମାଝି, କୃଷ୍‌ଣ ମାଝିଙ୍କୁ ନେଇ ଗଠିତ କରାଯାଇଥିଲା ଓ ଗୁଗୁଲ ମିଟ ଭର୍ଚୁଆଲ ମିଟିଂ ପରିଚାଳନା ହରେକୃଷ୍ଣ ମେହେର କରିଥିଲେ । ଏ ସମସ୍ତଙ୍କୁ କବି ପରିଷଦ ପରିଚାଳନା କମିଟିର ଭିନ୍ନ ଭିନ୍ନ ଦାୟୀତ୍ୱ ପ୍ରଦାନ କରାଗଲା, ଶେଷରେ ଶ୍ରୀ ସାହୁଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଗଲା ।

jayashree
Leave A Reply

Your email address will not be published.