୨୦୨୦-୨୧ ଲଘୁ ଖଣିଜ ପଦାର୍ଥ ଉତ୍ସ ପରିଚାଳନାରେ ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦକ୍ଷ ପରିଚାଳନା ଯୋଗୁଁ କୋଭିଡ୍ ମହାମାରୀର ପ୍ରତିକୂଳ ପରିସ୍ଥିତିରେ ଲଘୁ ଖଣିଜ ରାଜସ୍ୱ ଅଭିବୃଦ୍ଧିରେ ସଫଳତା ହାସଲ ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ୯୬୨ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି । ଏହି ସମୟରେ ୫୦୬ ପ୍ରକାର ନୂଆ ଲଘୁ ଖଣିଜ ଉତ୍ସର ଚିହ୍ନଟ କରାଯାଇ ପରିଚାଳନା ଅନ୍ତର୍ଭୁକ୍ତ କରାଯାଇଛି । ୨୭୭୨ଟି ଖଣିଜ ଉତ୍ସ ଭୂବିଜ୍ଞାନ ନିର୍ଦ୍ଦେଶାଳୟ ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ମଞ୍ଜୁର ହୋଇ ଆର୍ଥିକ ବର୍ଷ ଶେଷରେ ୧୫୪୬ଟି ଉତ୍ସ ପରିଚାଳନା ଅନ୍ତର୍ଭୁକ୍ତ ହୋଇପାରିଛି । ୨୬୬୫ଟି ଉତ୍ସର ସୀମା ସରହଦ ଚିହ୍ନଟ କରାଯାଇ ଖୁଣ୍ଟ ପୋତାଯାଇଛି । ତହସିଲ, ସବ୍ ଡିଭିଜନ, ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଦ୍ୱାରା ୩୯,୬୧୧ଟି ଚଢାଉ ବା ଯାଂଚ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.