ଆଶ୍ଚର୍ଯ୍ୟଜନକ ଘଟଣା : ପୋଲିସ ଆଣି ବିବାହ ବନ୍ଦ କରିଦେଲେ ଯୁବତୀ, ବର ମୋ’ ସ୍ୱାମୀ ବୋଲି ଦାବୀ କଲେ

ଦାନାପୁର : ବର ଏବଂ କନ୍ୟା ପରସ୍ପରର ବେକରେ ଫୁଲମାଳ ପକାଇ ବିବାହ ପ୍ରକ୍ରିୟା ସମାପନ କରୁଥିଲେ। ଏତିକି ବେଳେ ଚଳଚ୍ଚିତ୍ର ଶୈଳୀରେ ପୋଲିସ ସହ ପହଞ୍ଚି ଜଣେ ଯୁବତୀ ବରକୁ ତାଙ୍କ ସ୍ୱାମୀ ବୋଲି ଦାବୀ କରି ବିବାହ ବନ୍ଦ କରି ଦେଇଥିଲେ । ବିହାର ରାଜ୍ୟର ଦାନାପୁର ପାଲିଗଞ୍ଜରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ଗତକାଲି ପ୍ରେମ, ଆଜି ବିବାହ, ତାପରେ ଆସନ୍ତାକାଲି ଛାଡପତ୍ର … ଆଜିକାଲି ଅନେକ ସମୟରେ ପ୍ରେମ ବିବାହର ଏଭଳି ଫଳାଫଳ ଆମ ସମାଜରେ ଦେଖିବାକୁ ମିଳୁଛି । ଉନ୍‌ନ୍ମାଦନା ସର୍ବସ୍‌ସ୍ୱ ପ୍ରେମକୁ ନେଇ ନାନା ପ୍ରକାର ଘଟଣା ଘଟୁଛି । ଆଜାବ ପ୍ରେମିକ ପ୍ରେମିକାଙ୍କ ନାହିିଁ ନଥିବା କାହାଣୀ ଆଜିକାଲି ବହୁତ ଦେଖିବାକୁ ମିଳୁଛି ଓ ଶୁଣିବାକୁ ମିଳୁଛି । ପ୍ରେମ କରିବାକୁ କିମ୍ବା ବିବାହ କରିବାକୁ ଅଧିକ ସମୟ ଲାଗେ ନାହିଁ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ କମ୍ ଦେଖାଯାଉନାହିଁ । ବୁଧବାର ରାତିରେ ପାଲିଗଞ୍ଜରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ସେଇଠାକୁ ଜଣେ ଯୁବତୀ ପୋଲିସକୁ ନେଇ ଯାଇଥିଲେ, ଯେଉଁଠାରେ ତାଙ୍କ ସ୍ୱାମୀ ବିବାହ କରୁଥିଲେ । ପାଲିଗଞ୍ଜରେ ବିବାହ ସମୟରେ ପହଞ୍ଚିବା ପରେ ଗାର୍ଲଫ୍ରେଣ୍ଡ କମ୍‌ ପତ୍ନୀ ବିବାହ ବନ୍ଦ କରିଦେଇଥିଲେ ।

ଏହି ମାମଲାରେ କୁହାଯାଉଛି ଯେ, ତାଙ୍କ ପ୍ରେମିକାଙ୍କୁ ବିବାହ କରିବା ପରେ ଯୁବକ ଜଣକ ଦ୍ୱିତୀୟ ବିବାହ ପାଇଁ ଯାଇଥିଲେ । ବରଯାତ୍ରୀ ଆସିବା ପରେ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା । ବର ଏବଂ କନ୍ୟା ପରସ୍ପରର ବେକରେ ଫୁଲମାଳ ଲଗାଇ ବିବାହ ପ୍ରକ୍ରିୟା ସମାପନ କରୁଥିଲେ । ଏତିକି ବେଳେ ଚଳଚ୍ଚିତ୍ର ଶୈଳୀରେ ପୋଲିସ ସହ ପହଞ୍ଚି ଜଣେ ଯୁବତୀ ବରକୁ ତାଙ୍କ ସ୍ୱାମୀ ବୋଲି ଦାବୀ କରି ବିବାହ ବନ୍ଦ କରି ଦେଇଥିଲେ ।

ଏହି ବିବାହ ଉତ୍ସବରେ ବନ୍ଧୁ ବାନ୍ଧବ ଓ ବରାତୀ ପାର୍ଟିରେ ଶତାଧିକ ଲୋକ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ସଂପୃକ୍ତ ଝିଅ ଦୃଢ଼ ଦାବୀ ଏବଂ ଠୋସ୍ ପ୍ରମାଣ ଦେଖାଇବା ପରେ ବିବାହ ଉତ୍ସବ ବନ୍ଦ ହୋଇଯାଇଥିଲା । ବିଶେଷ କଥା ହେଲା, ବର ଜଣକ ଝିଅର ଦାବୀକୁ ମଧ୍ୟ ସ୍ୱୀକାର କରିଥିଲେ ଓ କହିଥିଲେ ଯେ, ପରିବାର ସଦସ୍ୟଙ୍କ ଚାପ ଯୋଗୁଁ ସେ ପୁଣି ବିବାହ କରିବାକୁ ବାଧ୍ୟ ହୋଇଥିଲେ ।

ଏହି ଘଟଣା ପାଲିଗଞ୍ଜ ସବଡିଭିଜନର ସିଗୋଡି ପୋଲିସ ଷ୍ଟେସନର ଅଂଚଳରେ ଘଟିଛି । ପ୍ରକୃତରେ, ଭୀମ ଯାଦବଙ୍କ ଝିଅ କୁମାରୀ ପିଙ୍କିଙ୍କ ବିବାହ ପାଇଁ ମୁରଲଚକ ଗ୍ରାମରେ ପାଲିଗଞ୍ଜ ପୋଲିସ ଷ୍ଟେସନର ସିଆରାମପୁର ଗ୍ରାମରୁ ସଞ୍ଜୟ ଯାଦବଙ୍କ ପୁଅ ଅନୀଲ କୁମାରଙ୍କ ବରାତୀ ବଡ଼ ଧୁମ୍‌ଧାମ୍‌ରେ ଯାଇଥିଲା । କିନ୍ତୁ ନାଟକୀୟ ଢ଼ଙ୍ଗରେ ପୋଲିସ ବିବାହ ବନ୍ଦ କରିଦେଇଥିଲା ଅନ୍ୟ ଯୁବତୀର ଦାବୀ ପରେ । ତା’ପରେ ଆଜି ସକାଳେ ଉକ୍ତ ଝିଅ କୁମାରୀ ପିଙ୍କି ବରର ସାନଭାଇଙ୍କୁ ବିବାହ କରିଥିଲେ ଏବଂ ଏହି ବିବାହ ଉତ୍ସବ ଭିନ୍ନ ମୋଡ଼ ନେଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ପାଲିଗଞ୍ଜ ପୋଲିସ ଷ୍ଟେସନର ସାଡସି ଗାଁର ଜଣେ ଯୁବତୀ ଏବଂ ସିଆମ୍ପୁର ଗାଁର ଜଣେ ଯୁବକ ମଧ୍ୟରେ ପ୍ରେମ ଦୀର୍ଘ ଦିନ ଧରି ଚାଲିଥିଲା । ଉଭୟ ମଧ୍ୟ ବିବାହ କରିଥିଲେ ଏବଂ ଏକ ବର୍ଷ ପର୍ୟ୍ୟନ୍ତ ଦୁହେଁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ରହିଥିଲେ । ଏହି ସମୟରେ ଏହି ଯୁବକକୁ ତାଙ୍କ ପରିବାର ସଦସ୍ୟ ଅନ୍ୟ ଏକ ସ୍ଥାନରେ ବିବାହ କରିବାକୁ ବାଧ୍ୟ କରିଥିଲେ । ପୁଅକୁ ବିବାହ ପାଇଁ ସମ୍ମତି ଦେବାକୁ ବାଧ୍ୟ କରାଯାଇଥିଲା ।

Leave A Reply

Your email address will not be published.