csstore

କର୍ଲାମୁଣ୍ଡା ବ୍ଲକର ନୂତନ ବିଇଓ ଭାବେ ଯୋଗଦେଲେ ହୃଷିକେଶ ଗହୀର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ଦୀର୍ଘ ଦିନ ହେଲା ଖାଲି ଥିବା ବେଳେ ଆଜି ହୃଷିକେଶ ଗହୀର ନୂତନ ବିଇଓ ଭାବେ ଯୋଗଦେଇଛନ୍ତି । ସେ ଏହା ପୂର୍ବରୁ ଥୁଆମୂଳ ରାମପୁରର ବିଇଓ ଥିଲେ । ଆଜି କାର୍ୟ୍ୟରେ ଯୋଗଦେବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରେସ କ୍ଲବ ପକ୍ଷରୁ ପ୍ରଦୀପ କୁମାର ସାହୁ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘରୁ ପୂର୍ବ ବ୍ଲକ ସଭାପତି ତଥା ଜିଲ୍ଲା ଉପଦେଷ୍ଟା ଅଶୋକ କୁମାର ତ୍ରିପାଠୀ, ସମ୍ପାଦକ ସୁଦର୍ଶନ ସାହୁ, ଉପସଭାପତି ବିଭୁତି ଭୂଷଣ ସେଠ, ପ୍ରସନ୍ନ ସାହୁ, ପପୁ କୁମାର ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇଥିଲେ । କର୍ମଚାରୀ ମାନଙ୍କ ପକ୍ଷରୁ ମଧ୍ୟ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା । ଏହି ସମୟରେ ଶିକ୍ଷା ବିଭାଗର ଅନ୍ୟାନ ବରିଷ୍ଠ ଅଧିକାରୀ ଓ ସିଆରସିସି ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.