csstore

ସ୍ତ୍ରୀ ହତ୍ୟା ଅଭିଯୋଗରେ ଫେରାର ସ୍ୱାମୀ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପୁଲିସକୁ ବଡ ସଫଳତା ସ୍ତ୍ରୀ ହତ୍ୟା ଅଭିଯୋଗରେ ଫେରାର ଥିବା ସ୍ୱାମୀକୁ ଭୁବନେଶ୍ୱର ବରମୁଣ୍ଡା ଅଂଚଳରୁ ଅଟୋ ଚଳାଉଥିବା ଅବସ୍ଥାରେ ଗିରଫ କରିଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନାନୁଯାଇ ଡେଲାଙ୍ଗ ଥାନା ଅର୍ନ୍ତଗତ ସାଉରିଆ ପଂଚାୟତ ଓଉପଡା ଗ୍ରାମର ଗୀତାଞ୍ଜଳି କୋଦମାସିଂହ(୩୩)ଙ୍କୁ ତାଙ୍କ ସ୍ୱାମୀ ସୋମନାଥ କୋଦାମସିଂହ(୩୮) ମାର୍ଚ୍ଚ ୨୨ ତାରିଖ ଦିନ ଅଧିକ ଯୌତୁକ ଦାବୀ କରି ତାକୁ ମାଡମାରି ହତ୍ୟା କରିଥିବା ନେଇ ଗୀତାଞ୍ଜଳିଙ୍କ ସାନଭଉଣି ନିମାପଡା ଥାନା ଅଂଚଳର ସୁଚିତ୍ରା ପାତ୍ର ଏକ ଲିଖିତ ଅଭିଯୋଗ ଡେଲାଙ୍ଗ ଥାନାରେ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଡେଲାଙ୍ଗ ଥାନାରେ ୬୧/୨୧ରେ ଏକ କେସ ରୁଜୁ ହୋଇଥିଲା । ଘଟଣା ଘଟିବା ଦିନଠାରୁ ଅଭିଯୁକ୍ତ ସ୍ୱାମୀ ସେହିଦିନ ଠାରୁ ପୁଲିସ ଆଖିରେ ଚକମା ଦେଖାଇ ଫେରାର ରହି ଭୁବନେଶ୍ୱରରେ ଛଦ୍ମବେଶ ଧରି ଅଟୋ ଚଳାଉଥିଲା । ବିଶେଷ ସୁତ୍ରରୁ ଖବର ପାଇ ଡେଲାଙ୍ଗ ଥାନା ଅଧିକାରୀଙ୍କ ନିଦ୍ଦେର୍ଶରେ ଏକ ଟିମ ସଦଳବଳ ଭୁବନେଶ୍ୱରରେ ପହଂଚିଥିଲା । ଅଟୋ ଚଳାଉଥିବା ଅବସ୍ଥାରେ ବରମୁଣ୍ଡା ଅଂଚଳରୁ ସୋମନାଥ କୋଦମାସିଂହଙ୍କୁ ଗରିଫ କରିବାରେ ପୁଲିସ ସଫଳ ହୋଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ସୁଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.