ସିଲେଟକାନିର ନରକଙ୍କାଳ ଉଦ୍ଧାର ଘଟଣା : ଦୀର୍ଘ ଦେଢ଼ ବର୍ଷ ପରେ ପୁଅର ହତ୍ୟାକାରୀ ବୋଲି ସନ୍ଦେହ କରୁଥିବା ବ୍ୟକ୍ତିର ହାତ କାଟିଲେ ବାବୁଲୁର ବାପା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ସିଲେଟକାନି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତ ବର୍ଷ ହୋଇଥିବା ପୁଅ ହତ୍ୟାର ପ୍ରତିଶୋଧ ନିଆଁରେ ରକ୍ତମୁଖା ବାପା ଉଗ୍ରେସନ ବଗର୍ତୀ ସନ୍ଦେହ କରୁଥିବା ବ୍ୟକ୍ତିଙ୍କୁ ବାଟରେ ଜଗି ହାତ କାଟିଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ଚାଉଳ ନେଇ ଆସୁଥିବା ବାଟରେ ତାଙ୍କୁ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସିଲେଟକାନିର ଗଣନାଥ ମେହେର । ବ୍ୟକ୍ତି ଜଣକ ଆକ୍ରମଣର ଶିକାର ହେବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଦେଓଗାଁ ଥାନା ସିଲେଟକାନି ଗାଁର ଉଗ୍ରସେନ ବଗର୍ତ୍ତିଙ୍କ ୧୧ ବର୍ଷୀୟ ଶିଶୁ ବବଲୁ ବଗର୍ତ୍ତି ଗତ ବର୍ଷ ୨୦୨୦ ଜାନୁଆରୀ ମାସ ୨୨ତାରିଖ ଦିନ ସକାଳ ୯ଟାରେ ଘରେ ତା ମା’କୁ ଇଟାଭାଟିକୁ ଯାଉଛି କହି ଚାଲି ଯାଇଥିଲା । ସେହି ସମୟଠାରୁ ତାର କୌଣସି ପତ୍ତା ପାଇ ନ ଥିଲେ ଘର ଲୋକେ । ବହୁତ ଖୋଜାଖୋଜି କରିବା ପରେ ନ ପାଇବାରୁ ପୁଲିସ ଥରେ ଅଭିଯୋଗ କରିଥିଲେ । ସେହି ଦିନରୁ ପ୍ରାୟ ୧୪ଦିନ ପରେ ନିକଟସ୍ଥ ସୋନଗଡ଼ ନଦୀ ବାଲିପଠାର ମାଟି ତଳୁ ପୁଲିସ ଏକ ଶିଶୁର ହାଡ଼ କଙ୍କାଳ ଉଦ୍ଧାର କରିଥିଲା । ପରେ ବାବଲୁର ଘର ଲୋକେ ତାକୁ ଚିହ୍ନଟ କରିଥିଲେ । ନିରୀହ ବାବଲୁର ଜୀବନ ଚାଲି ଯାଇଥିଲେ ମଧ୍ୟ ପୁଲିସ ଘଟଣାର ସଠିକ ତଦନ୍ତ ନ କରି ଦୋଷୀକୁ ଚିହ୍ନଟ କରିନଥିଲା । ଗାଁର ଜଣେ ଧନୀକ ବ୍ୟକ୍ତି ଗୁପ୍ତ ଧନ ପାଇଁ ପୂଜା ପାଠ କରିଥିଲେ । ଏହାର ଦିନକ ପରେ ଇଟାଭାଟିରୁ ବାବଲୁ ନିଖୋଜ ହୋଇଥିବାରୁ ଏହି ଗୁପ୍ତ ଧନ ପାଇଁ ବଳି ହୋଇଥିବା ମଧ୍ୟ ଅଞ୍ଚଳରେ ଆଲୋଚନା ହୋଇଥିଲା । ଏହି ଘଟଣାକୁ ଦୀର୍ଘ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି ରହିଥିବାରୁ ପୁଅ ବବୁଲୁକୁ ହତ୍ୟା କରିଥିବା ସନ୍ଦେହ କରୁଥିବା ବ୍ୟକ୍ତିିିର ହାତ କାଟି ଦେଇଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.