ଦେଖୁ ଦେଖୁ ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ସ୍କୁଟି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦେଖୁ ଦେଖୁ ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ସ୍କୁଟି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମନାରେ । ସ୍କୁଟି ଆରୋହୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ଆସଥିଲେ । ଏତିକିବେଳେ ହଠାତ ସ୍କୁଟିରେ ଲାଗିଥିଲା ନିଆଁ । ତେବେ ସେ ସଙ୍ଗେ ସଙ୍ଗେ ସ୍କୁଟିରୁ ଓହ୍ଲାଇ ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ଜଣାପଡିଛି ।

Leave A Reply

Your email address will not be published.