ପିସିଆର ଭେନ୍‌କୁ ଧକ୍କା ଦେଲା ଟ୍ରକ୍ : ୨ ଜଣ ପୋଲିସ କର୍ମଚାରୀ ଆହତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ପିସିଆରଭେନ୍‌କୁ ପଛ ପଟୁ ଧକ୍କା ଦେଲା ଏକ ମାଲ ବୋଝେଇ ଟ୍ରକ୍ ଫଳରେ ଘଟଣାସ୍ଥଳରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୫ ଜଣ । ତେବେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଦୁର୍ଘଟଣା ଘଟଇଥିବା ମାଲ ବୋଝେଇ ଟ୍ରକ୍‌ଟି ପିସିଆର ଗାଡ଼ିକୁ ପଛ ପଟୁ ଧକ୍କା ଦେଇ ସେଠାରେ ପଳାଇଥିବା ବେଳେ ଅନ୍ୟ ଏକ ପିସିଆର ଟିମ୍ ପିଛା କରିଥିଲେ । ପାହାଳ ନିକଟରୁ ଟ୍ରକକୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲଫର ଫେରାର ହୋଇଯାଇଛନ୍ତି । ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.