ରାଜ୍ୟର ସମସ୍ତ ଜିଲ୍ଲାରେ ଜୁଲାଇ ୧ ପର୍ଯ୍ୟନ୍ତ ଜାରି ରହିବ ଆଂଶିକ ଲକଡାଉନ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ସରକାରଙ୍କ ପକ୍ଷରୁ ସଂକ୍ରମଣ ହାରକୁ ନେଇ ଓଡିଶାର ଜିଲ୍ଲାଗୁଡିକୁ କ୍ୟାଟେଗୋରୀ ଏ’ ଏବଂ ବି’ ଦୁଇ ଭାଗରେ ବିଭକ୍ତ କରାଯାଇଛି । କରୋନା ସଂକ୍ରମଣ କମି ଥିବା କ୍ୟାଟେଗୋରୀ ଏରେ ଥିବା ଦକ୍ଷିଣ ଓ ପଶ୍ଚିମ ଓଡିଶାର ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ବଜାର ଖୋଲା ରହିବ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା । ତେବେ ଆଉ ବାକି ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ । ଏହି ୧୩ଟି ଜିଲ୍ଲା ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର । ଏହି ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇଛି । ସେହିପରି ସପ୍ତାହାନ୍ତ ସଟ୍ ଡାଉନ ଓ ନାଇଟ୍ କର୍ଫ୍ୟୁ ଜାରି ରହିବ ।

Leave A Reply

Your email address will not be published.