oom

ପୁଲିସର ରାତିଅଧିଆ ଚଢାଉ : ବେଆଇନ ଭାବରେ ଗଚ୍ଛିତ ୮ଶହରୁ ଅଧିକ ବସ୍ତା ଚାଉଳ ଓ ୬ କୁଇଣ୍ଟାଲ ମହୁଲ ସମେତ ଚାଉଳ ଭର୍ତ୍ତି ଟ୍ରକ ଜବତ

jsmm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତର ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀଙ୍କ ଘରେ ଗତରାତିରେ ପୁଲିସ ଚଢାଉ କରି ଶହଶହ କୁଇଣ୍ଟାଲ ଚାଉଳ ଓ ମହୁଲ ଜବତ କରିଛି । ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ (ରାତି ସାଢେ୮ଟା ସୁଦ୍ଧା) ଜବତ ଚାଉଳକୁ ଗଣନା କରାଯାଇ ଟ୍ରକରେ ଲୋଡ କରିବା କାର୍ୟ୍ୟ ଜାରି ରହିଛି । ପୁଲିସ ସୂଚନାମତେ ଗତକାଲି ରାତିରେ କୌଣସି ସୁତ୍ରରୁ ଖବର ପାଇଁ କେସିଙ୍ଗା ଏସଡିପିଓ ଏସ.ସୁଶ୍ରୀଙ୍କ ନେତୃତ୍ୱରେ ମ.ରାମପୁର ଥାନାଧିକାରୀ ସତ୍ୟନାରାୟଣ ପଧାନ, ରିଷିଡା ଫାଣ୍ଡିଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ସହ ଏକ ପୁଲିସ ଟିମ ଅବୁଜବାହାଲ ଗ୍ରାମର ବ୍ୟବାସୟୀ ଅମୀୟ ସାହୁଙ୍କ ଗୋଦାମ ଘରକୁ ଚଢାଉ କରିଥିଲେ । ଉକ୍ତ ଗୋଦାମ ଘରେ ବିପୁଳ ପରିମାଣରେ ବେଆଇନ ଭାବେ ଚାଉଳ, ମହୁଲ ଓ ଧାନ ଥିବା ଜଣାପଡିଥିଲା । ପୁଲିସ ଏସବୁ ଜବତ କରିବା ପରେ ଆଜି ସେ ଚାଉଳ ଗୁଡିକୁ ମ.ରାମପୁରକୁ ନେବା ପାଇଁ ଟ୍ରକରେ ଲୋଡ କରୁଛନ୍ତି । ଏଠାରେ ପ୍ରାୟ ୮ଶହରୁ ଅଧିକ ବସ୍ତା ଚାଉଳ, ୬ କ୍ୱିଣ୍ଟାଲ ମହୁଲଫୁଲ ଓ କିଛି କ୍ୱିଣ୍ଟାଲ ଦାନା ଥିବା ଯୋଗାଣନିରୀକ୍ଷକ ଶାନ୍ତାକାର ପଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହିତ ଉକ୍ତ ବ୍ୟବସାୟୀଙ୍କ ଚାଉଳ ଭର୍ତ୍ତି ଏକ ଟ୍ରକ (ନଂ-ଓଆର୧୪ଏ୫୨୨୦)କୁ ମଧ୍ୟ ପୁଲିସ ଜବତ କରିଛନ୍ତି । ବର୍ତ୍ତମାନ ଘଟଣାସ୍ଥଳରେ ମ.ରାମପୁର ଥାନାଧିକାରୀ ସତ୍ୟନାରାୟଣ ପଧାନ, ରିଷିଡା ଫାଣ୍ଡିଧିକାରୀ କ୍ଷୀରସିନ୍ଧୁ ମାଝୀ, କର୍ଲାମୁଣ୍ଡା ବ୍ଲକ ଯୋଗାଣନିରୀକ୍ଷକ ଶାନ୍ତାକାର ପଧାନ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି । ପ୍ରକାଶ ଥାଉକି ଏହି ଅଂଚଳରେ ବ୍ୟାପକ ଭାବରେ ପିଡିଏସ ଚାଉଳ ରିସ୍ଲାଇକିଂ ହେଉଥିବା ଅଭିଯୋଗ ହୋଇଆସୁଛି ।

jittmm
Leave A Reply

Your email address will not be published.