ବିକାଶ ମୋର ଏକମାତ୍ର ଲକ୍ଷ୍ୟ : ମନ୍ତ୍ରୀ ଟୁକୁନି ସାହୁ

  • ବିଭିନ୍ନ ପ୍ରକଳ୍ପ ଉଦଘାଟନ
  • କୃଷ୍ଠ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
  • ବୟସ୍କ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ), କରୋନା କାଳରେ ଲୋକେ ଘରରୁ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ଏଭଳି ଘଡି ସନ୍ଧି ମୁହୁର୍ତ୍ତରେ ଜଣେ ନାରୀ ନିଜ ଜୀବନକୁ ଖାତିରି ନ କରି ଦିନ ରାତି ଲୋକଙ୍କ ଦୁଃଖରେ ସୁଖର ସାଥୀ ହୋଇଥିବା ବେଳେ ତାଙ୍କ ଦ୍ଵାରା ଯେତିକି ସମ୍ଭବ ହୋଇ ପାରୁଛି ସେତିକି ଚେଷ୍ଟା କରି ଲୋକଙ୍କ ସମସ୍ୟାକୁ ଦୂର କରୁଛନ୍ତି । କେତେବେଳେ ରାସ୍ତାରେ ଦୁୁର୍ଘଟଣାର ଶିକାର ହେଉଥିବା ମହିଳାଙ୍କୁ ନିଜ ଗାଡ଼ିରେ ଆଣି ଜୀବନ ବଞ୍ଚାଉଛନ୍ତି ତ ଆଉ କେତେବେଳେ ଛୋଟ ଛୋଟ ଶିଶୁ ମାନଙ୍କୁ ନିଜ ହାତରେ ଜୋତା ପିନ୍ଧିବାରେ ଚର୍ଚ୍ଚାରେ ଆସିଛନ୍ତି । ଏଭଳି ଅନେକ ଲୋକଙ୍କୁ ମାନବିକତା ଦେଖାଇ ଅସହାୟ ପାଇଁ ଦେବଦୂତ ସାଜିଛନ୍ତି ଓ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସୁଛନ୍ତି ଓଡ଼ିଶା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ । ଅନେକ ଥର ରାଜ୍ୟ ସରକାରଙ୍କ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଆୟୋଜନ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇ ଥିବା ବେଳେ ବର୍ତ୍ତମାନ ସମୟରେ ଅନେକ ଲୋକଙ୍କ ପ୍ରିୟପାତ୍ର ମଧ୍ୟ ସାଜିଛନ୍ତି । ଦିନକୁ ଦିନ ଅଞ୍ଚଳବାସୀଙ୍କ ବିକାଶ ପାଇଁ ଚିନ୍ତା ପ୍ରକଟ କରୁଥିବା ନେଇ ଏବେ ଅନେକ ଲୋକେ ପ୍ରଶଂସା ମଧ୍ୟ କରୁଛନ୍ତି । ଜଣେ ମହିଳାଙ୍କ ପାଇଁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକଙ୍କ ସେବା ସହଯୋଗ କରିବା ଛୋଟ କଥା ନୁହେଁ କିନ୍ତୁ ଜଣେ ନାରୀ ହୋଇକି ବିକାଶ ମୋର ଏକ ମାତ୍ର ଲକ୍ଷ ବୋଲି ମତ ପ୍ରକାଶ ଦେଇଥିବା ଯୋଗୁଁ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆଜି ବଲାଙ୍ଗିର ସଇଁନ୍ତଲା ବ୍ଳକକୁ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ ଗସ୍ତ କରି ବିଭିନ୍ନ ପ୍ରକାରର ବଣ୍ଟନ ଓ ଉଦଘାଟନ କରିଥିଲେ । ପ୍ରଥମେ ଡୁଙ୍ଗୁରିପାଳି ପଞ୍ଚାୟତ ତେଣ୍ଡିପାଲି ଗ୍ରାମକୁ ଯାଇ ସାହୁ ସମାଜ ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ ପ୍ରମୁଖଙ୍କ ଉପସ୍ଥିତ ଥିବା ବେଳେ ମନ୍ତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା । ପରେ କୁଇକେଡା ପଞ୍ଚାୟତର ୫ ଲକ୍ଷ ଟଙ୍କାର ମିଶନ ଶକ୍ତି ଗୃହ ଉଦଘାଟନ କରିଥିଲେ । ଏହି ଉଦଘାଟନ ସମୟରେ ସଇଁନ୍ତଲା ବିଡିଓ ଦେବାଶିଷ ସାମଲ, ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ବାଗ, କନିଷ୍ଠ ଯନ୍ତ୍ରୀ ହେମନ୍ଦ୍ର ନାଥ ମଲ୍ଲିକ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବନ୍ଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ରାଜେଶ ବେହେରା, ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରେ ୧୩ ଜଣ ବୃଦ୍ଧ ବୃଦ୍ଧାମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ସାହୁ ଭତ୍ତା ପ୍ରଦାନ କରିବା ସହ ମାସ୍କ ବଣ୍ଟନ କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ, ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ବାଗ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର, ହିରୋ ଗଡ଼ତିଆ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବନ୍ଦନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ପରେ ବଡ଼ମାଲ ରେଲୱେ ଷ୍ଟେସନ ନିକଟରେ ରହୁଥିବା କୃଷ୍ଣ ରୋଗୀ ମାନଙ୍କୁ ମନ୍ତ୍ରୀଙ୍କ ଦ୍ଵାରା ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ କରୋନା ସଚେତନତା ମଧ୍ୟ କରିଥିଲେ ମନ୍ତ୍ରୀ ଶ୍ରୀମତୀ ସାହୁ । ଏହି ବଣ୍ଟନ ସମୟରେ ସ୍ଥାନୀୟ ବିଡିଓ ଦେବାଶିଷ ସାମଲ, ବ୍ଳକ ସାମାଜିକ ସୁରକ୍ଷା କର୍ମୀ ସଂଗ୍ରାମ ମିଶ୍ର, ହିରୋ ଗଡ଼ତିଆ, ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୀଷ୍ଣୁ କୁମ୍ଭାର, ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!