ମସଜିଦ ଭିତରେ ୧୦ ବର୍ଷର ବାଳିକାକୁ ଯୌନ ନିର୍ୟାତନା, ୪୭ ବର୍ଷୀୟ ଅଭିଯୁକ୍ତ ଧର୍ମଗୁରୁ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ମସଜିଦ ଭିତରେ ଜଣେ ୧୦ ବର୍ଷର ଜଣେ ବାଳିକାକୁ ଯୌନ ନିର୍ୟାତନା ଅଭିଯୋଗରେ ଜଣେ ୪୭ ବର୍ଷୀୟ ଧର୍ମଗୁରୁକୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ, ଏହି ଘଟଣା ରବିବାର ଦିନ ଘଟିଛି । କୁହାଯାଉଛି ଯେ, ଧର୍ମଗୁରୁ ଝିଅଟିକୁ ଦିଲ୍ଲୀର ଏକ ମସଜିଦ ଭିତରକୁ ନେଇ ଯାଇଥିଲା ଓ ସେଠାରେ ସେ ବାଳିକାକୁ ବଳାତ୍କାର କରିଥିଲା । ବର୍ତ୍ତମାନ ଦିଲ୍ଲୀ ପୋଲିସ ଅଭିଯୁକ୍ତ ଧର୍ମଗୁରୁକୁ ଗିରଫ କରିଛି ।

ଉତ୍ତର ପୂର୍ବ ଦିଲ୍ଲୀର ହର୍ଷବିହାରର ଏକ ମସଜିଦରେ ଜଣେ ୧୦ ବର୍ଷର ବାଳିକା ଉପରେ ଯୌନ ନିର୍ୟାତନା ହୋଇଛି । ଯେତେବେଳେ ମସଜିଦରୁ ପାଣି ଆଣିବାକୁ ଝିଅ ଆସିଥିଲା, ​​ସେତେବେଳେ ମୌଲାନା ଝିଅକୁ ଯୌନ ନିର୍ୟାତନା ଦେଇଥିଲା । ଘରେ କାହାକୁ କିଛି ନକହିବା ପାଇଁ ମୌଲାନ ଧମକ୍‌ ଦେଇଥିଲେ ବି ଝିଅର ଅବସ୍ଥା ଦେଖି ତଥା ଝିଅର କଥା ଶୁଣି ପରିବାର ଲୋକ ଓ ସାହି ପଡ଼ିଶା ମସଜିଦରେ ପହଞ୍ଚିଥିଲେ ଓ ହୋହଲ୍‌ଲ୍ଲା କରିଥିଲେ ।

Leave A Reply

Your email address will not be published.