csstore

ନିଜ ଜନ୍ମଦିନକୁ ଅସହାୟଙ୍କ ସହିତ ପାଳନ କଲେ ସମାଜସେବୀ ବନମାଳୀ

ବେଳପଡା, (ଅଜିତ କୁମାର ସାହୁ) : ଜନ୍ମ ଦିନକୁ ଅନେକ ଲୋକ କେକ୍‌ କାଟି, ପାର୍ଟି କରି, ମନ୍ଦିର ଯାଇ, କେତେ ମଉଜମସ୍ତି କରି ପାଳନ କରୁଥିବା ବେଳେ ଜଣେ ସମାଜସେବୀ ନିଆରା ଢଙ୍ଗରେ ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି । କୋଶଲ ରାଜ୍ୟ ସଂମନ୍ଵୟ ସମିତିର ଜିଲ୍ଲା ଯୁବ ସଭାପତି, ଜୟ କିଷାନ ବ୍ଲକ ସଭାପତି, ବିଭିନ୍ନ ଆନ୍ଦୋଳନରେ ନେତୃତ୍ୱ ନେଉଥିବା ସଂଗ୍ରାମୀ ନେତା, ଶ୍ରମିକ ନେତା, ସୁଖର ଦୁଃଖର ସାଥି, ସେବା ଚେରିଟେବୁଲ ଟ୍ରଷ୍ଟର ସକ୍ରିୟ ସଦସ୍ୟ ତଥା ବଲାଙ୍ଗିର ଜିଲ୍ଲା ବେଳପଡାର ଯୁବ ସମାଜସେବୀ ବନମାଲି ନାଏକ ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ଏବଂ ଅସହାୟଙ୍କ ମୁହଁରେ ହସ ଫୁଟେଇ ନିଜେ ଟିକେ ଖୁସି ପାଇବା ପାଇଁ ଆଜି ତାଙ୍କ ଜନ୍ମ ଦିନରେ ଗାଁରେ ଥିବା ଅନେକ ଅସହାୟ ବୃଦ୍ଧବୃଦ୍ଧା ରାସନ ସାମଗ୍ରୀ ବଣ୍ଟନ କରି ଅସହାୟଙ୍କ ମୁହଁରେ ହସ ଫୁଟାଇଛନ୍ତି । ଏଭଳି ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଥିବା ବେଳେ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

jayashree
Leave A Reply

Your email address will not be published.