csstore

କଳାହାଣ୍ଡି ଫାର୍ମାସିଷ୍ଟ ସେବା ସଂଘର କଳାବ୍ୟାଚ ଧାରଣ କରି ପ୍ରତିବାଦ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଓଡିଶା ଫାର୍ମାସିଷ୍ଟ ସେବା ସଂଘର ଆହ୍ୱାନ କ୍ରମେ ସଂଘର ବିଭିନ୍ନ ଦାବୀ ନେଇ ଆଜିଠାରୁ କଳାହାଣ୍ଡି ଫାର୍ମାସିଷ୍ଟ ସେବା ସଂଘର ସଦସ୍ୟମାନେ ନିଜ ନିଜ କାର୍ୟ୍ୟସ୍ଥଳୀରେ କଳାବ୍ୟାଚ୍‌ ଧାରଣ କରି ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ସେମାନେ ଯେଉଁ ଦାବି ଗୁଡିକ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଠାରେ ଉପସ୍ଥାପିତ କରିଛନ୍ତି, ସେ ଗୁଡିକ ହେଲା କ୍ୟାଡର ପୁନଃବିନ୍ୟାସ, ଦରମାରେ ଥିବା ଅସଂଗତିର ଦୂରୀକରଣ, ଏମଏଚୟୁ ଓ ଆରବିଏସକେ ଯୋଜନାରେ ଥିବା ଫାର୍ମାସିଷ୍ଟଙ୍କୁ ନିୟମିତ କରିବା ଆଦି ଅନ୍ୟତମ । ଯଦି ଆଗାମୀ ଦଶଦିନ ମଧ୍ୟରେ ଏହାର ସମାଧାନ କରା ନ ଯାଏ ତାହେଲେ କୋଡିଏ ତାରିଖରୁ କେବଳ ଏମବିବିଏସ ଡାକ୍ତରଙ୍କ ପ୍ରେସକ୍ରିପସନରେ ଔଷଧ ବିତରଣ କରିବା ଛଡା ଅନ୍ୟ କୌଣସି ଅତିରିକ୍ତ କାର୍ୟ୍ୟ କରିବେ ନାହିଁ ବୋଲି ସଂଘ ଚେତାବନୀ ଦେଇଛି । ଏହି ଦାବୀ ସମ୍ପର୍କରେ ଗତ ସାତ ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସଂଘର ଜିଲ୍ଲା ସଭାପତି ରାଜେଶ୍ୱର ପାତ୍ର, ଉପସଭାପତି ରଣଜିତ ପଣ୍ଡା, ସମ୍ପାଦକ ପି ଭବାନୀ ଶଙ୍କର ପାତ୍ର, କୋଷାଧକ୍ଷ ରାଜେନ୍ଦ୍ର କୁମାର ଗୌଡ଼, ମନୋରଞ୍ଜନ ମୁଣ୍ଡ, ସୁକୁମାର ପଣ୍ଡା, ଶକ୍ତି ପ୍ରସାଦ ସିଂ ପୁମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ ।

jayashree
Leave A Reply

Your email address will not be published.