ଆସନ୍ତା କାଲି ସାବିତ୍ରୀ ବ୍ରତ : ଚଳଚଂଚଳ ସାବିତ୍ରୀ ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ସାବିତ୍ରୀ ବ୍ରତ । ମହାମାରୀ କରୋନା ସଂକ୍ରମଣ ସତ୍ତେ୍ୱ ସାବିତ୍ରୀମାନେ ଚଳଚଂଚଳ ଥିବା ଅନୁମାନ କରାଯାଇଛି । କରୋନା କଟକଣା ଯୋଗୁଁ ଦିନ ୧୧ଟାରୁ ମାର୍କେଟ ବନ୍ଦ ହେବାକୁ ଥିବା ବେଳେ ଆଜି ପୂର୍ବାହ୍ନରେ ସାବିତ୍ରୀ ବଜାର ଖୁବ୍‌ ଭିଡ଼ ଥିବା ସହରରେ ଦେଖାଯାଇଛି । ଫଳମୂଳ ତଥା ପୂଜା ସାମଗ୍ରୀ କିଣିବା ପାଇଁ ଆସିଥିବା ବହୁ ବିବାହିତା ମହିଳା ଆଜି ମାର୍କେଟ୍‌କୁ ପହଂଚିଥିବା ବେଳେ ଲକ୍‌ଡାଉନ୍‌ରେ ଶାଢ଼ୀ, ଚୂଡ଼ି ଆଦି ଦୋକାନ ବନ୍ଦ ରହିଥିବା ଯୋଗୁଁ ସେମାନେ କିଛି ମାତ୍ରାରେ ନିରୁତ୍ସାହିତ ଥିବା ଲକ୍ଷ୍ୟ କରାଯାଇଛି । ତଥାପି ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ବିବାହିତା ମହିଳାମାନଙ୍କ ମୁଖ୍ୟ ବ୍ରତ ‘ସାବିତ୍ରୀ ବ୍ରତ’ ଯୋଗୁଁ ମହିଳାମାନେ ଚଳଚଂଚଳ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.