ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଖସୁଛି, ତଥାପି କଟକଣା ମାନି ଚଳନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛି ଦିନ ହେଲା କ୍ରମାଗତ ଭାବେ ବଲାଙ୍ଗିର ଜିଲ୍ଲାରେ ଶହେ ତଳକୁ ରହୁଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା । ଏହା ଜିଲ୍ଲାବାସୀଙ୍କ ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି । ଦେଶରେ ତଥା ରାଜ୍ୟରେ ମଧ୍ୟ ସଂକ୍ରମଣ ହାର ଖସିବାରେ ଲାଗିଛି । କିନ୍ତୁ ତଥାପି ଅବହେଳା ପ୍ରଦର୍ଶନ ଘାତକ ହୋଇପାରେ । ଏଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବା ସଂଗେ ସଂଗେ ବାରମ୍ବାର ହାତ ଧୋଇବା, ସାନିଟାଇଜର୍‌ ବ୍ୟବହାର କରିବା ତଥା ମୁହଁରେ ମାସ୍କ ପରିଧାନ କରିବା ଏକାନ୍ତ ଆବଶ୍ୟକ । ଅତି ଆବଶ୍ୟକ ନ ହେଲେ ଘରୁ ବାହାରିବା ଉଚିତ ନୁହେଁ । ଅଯଥାରେ କୌଣସି ସ୍ଥାନରେ ଗହଳି କରି ସଂକ୍ରମଣକୁ ସ୍ୱାଗତ କରିବା ଅନୁଚିତ । କରୋନା କଟକଣା ମାନି ଚଳିବା ଦ୍ୱାରା ହିଁ ନିଜକୁ ସୁରକ୍ଷିତ ରଖିବା ସଂଗେ ସଂଗେ ସମାଜକୁ ସୁରକ୍ଷିତ ରଖା ଯାଇପାରିବ ।

Leave A Reply

Your email address will not be published.