oom

ଅଟଳ ବିହାରୀ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦେଶର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁର ଦ୍ବାରା ଗତକାଲି ସଂଧ୍ୟା ୬ଘଟିକା ସମୟରେ ବିଶିଷ୍ଟ ନାଟ୍ୟକାର ତଥା ଚଳଚିତ୍ର ଅଭିନେତା ଡକ୍ଟର ଅଟଳ ବିହାରୀ ପଣ୍ଡାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଗୁଗୁଲ୍ ମିଟ୍ ମାଧ୍ୟମରେ ଆୟୋଜିତ ଏବଂ ଅନୁଷ୍ଠାନର ସଭାପତି ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସଭାରେ ଅତିଥି ଭାବରେ ଯୋଗଦାନ କରି ଚଳଚିତ୍ର ନିର୍ଦେଶକ ଡକ୍ଟର ସବ୍ୟସାଚୀ ମହାପାତ୍ର, ଗୋରେଖ ନାଥ ସାହୁ, ଡକ୍ଟର ଦ୍ବାରିକାନାଥ ନାୟକ, ପ୍ରକାଶ କୁମାର ଯୋଶୀ ଓ କୈବଲ୍ୟ କୁମାର ମିଶ୍ର ଅମର ଆତ୍ମାର ସ୍ମୃତି ଚାରଣ କରିଥିଲେ । ଡକ୍ଟର ତପସ୍ବିନୀ ଗୁରୁ, ଡକ୍ଟର ଜ୍ୟୋତିରଂଜନ ବହିଦାର, କବି ଭରଦ୍ବାଜ ମିଶ୍ର, ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଆଦି ଯୋଗଦାନ କରି ଅଟଳ ପଣ୍ଡାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବା ପାଇଁ ଦାବୀ ଉପସ୍ଥାପନ କରିଥିଲେ । ଉକ୍ତ ସଭାକୁ ସଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ ଓ ଉପସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର ସଂଯୋଜନା କରିଥିବା ବେଳେ ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.