୧୧କେଭି ତାର ଲାଗି ଦନ୍ତାହାତୀ ମୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଅନ୍ତର୍ଗତ ଲାଠିପୋଡ଼ା ଗ୍ରାମ ଶ୍ମଶାନ ଘାଟ ନିକଟ ଜଙ୍ଗଲରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ସୂଚନା ମୁତାବକ ୮ ଜଣିଆ ହାତୀ ଦୀର୍ଘ ୩ ଦିନଧରି ଲାଠିପୋଡ଼ା ଅଞ୍ଚଳର ବାଘୁଆପଲି, ବିଭୁତିଆ ଓ ଆଖପାଖ ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲୁଥିବା ଜଣାପଡିଥିିଲା । ତେବେ ଏନେଇ ବନ ବିଭାଗ କର୍ମଚାରୀମାନେ ମଧ୍ୟ ୩ ଦିନ ଧରି ହାତୀଙ୍କୁ ସୁରକ୍ଷିତ ଭାବରେ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରୀ ରଖିଥିଲେ । ତେବେ ଆଜି ସକାଳୁ ଦନ୍ତା ହାତୀର ଶୁଣ୍ଢଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ସୋରଡ଼ା ପୋଲିସ ବିଭାଗ ଓ ବନ ବିଭାଗ କର୍ମଚାରୀ ପହଞ୍ଚିି ଘଟଣାସ୍ଥଳକୁ ସିଲ କରିଛନ୍ତି । ବନ ବିଭାଗୀୟ କର୍ମଚାରୀ ମାନେ କହିବା ମୁତାବକ ଏବେ ମଧ୍ୟ ନିକଟ ଜଙ୍ଗଲରେ ଆହୁରି ୭ଟି ହାତୀ ଜଗି ରହିଛନ୍ତି ।

Leave A Reply

Your email address will not be published.