ରାଜ୍ୟରେ ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବି କମୁଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ସୁସ୍ଥତା ହାର ବି ବେଶ୍‌ ବଢ଼ି ବଢ଼ି ଚାଲିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ କମିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୭୪୧୭୨କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୩୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୬୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୮୫, ବାଲେଶ୍ୱରରୁ ୩୭୩, ବରଗଡ଼ରୁ ୯୯, ଭଦ୍ରକରୁ ୩୭୦, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୭୩, କଟକରୁ ୩୪୯, ଦେବଗଡ଼ରୁ ୨୨, ଢେ଼ଙ୍କାନାଳରୁ ୩୦୬, ଗଜପତିରୁ ୪୪, ଗଂଜାମରୁ ୩୫ ଜଗତସିଂହପୁରରୁ ୨୩୨, ଯାଜପୁରରୁ ୪୧୩, ଝାରସୁଗୁଡ଼ାରୁ ୫୪, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୬୫, କେନ୍ଦ୍ରାପଡ଼ାରୁ ୨୩୫, କେଉଁଝରରୁ ୧୩୦, ଖୋର୍ଦ୍ଧାରୁ ୮୫୩, କୋରାପୁଟରୁ ୧୨୯, ମାଲକାନଗିରିରୁ ୧୧୬, ମୟୁରଭଂଜରୁ ୨୬୧, ନବରଂଗପୁରରୁ ୧୭୪, ନୟାଗଡ଼ରୁ ୧୭୭, ନୂଆପଡ଼ାରୁ ୩୭, ପୁରୀରୁ ୨୪୧, ରାୟଗଡ଼ାରୁ ୧୬୬, ସମ୍ବଲପୁରରୁ ୯୨, ସୋନପୁରରୁ ୭୭, ସୁନ୍ଦରଗଡ଼ରୁ ୧୧୩ ଓ ଷ୍ଟେଟ ପୁଲ୍‌ରୁ ୧୪୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.