ପାଟଣାଗଡ଼, (ଗୋରେଖନାଥ ବରିହା) : ନିଜ ଜୀବନକୁ ଜଳାଞ୍ଜଳି ଦେଇ ଆହୋରାତ୍ର ଦୁଃଖୀ, ଦରିଦ୍ରଙ୍କ ସେବା କରିବା, ଗରିବ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ବଣ୍ଟନ କରିବା, ଗରିବ ଅସହାୟ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା, ଭିନ୍ନକ୍ଷମ ମାନଙ୍କ ପ୍ରମାଣ ପତ୍ର ବନେଇ ତାଙ୍କୁ ଭତ୍ତା ଯୋଜନା ତଥା ଅନ୍ୟାନ୍ୟ ଯୋଜନାରେ ସାମିଲ କରିବା, ମହାମାରୀ ସମୟରେ ଡାକ୍ତରଖାନା ମାନଙ୍କରେ ରୋଗୀ ମାନଙ୍କୁ, ରୋଗୀ ମାନଙ୍କ ପରିଜନ ମାନଙ୍କୁ ଓ ରାସ୍ତାରେ ବୁଲୁଥିବା ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ, ଫଳ, ବିସ୍କୁଟ, ପାଉଁରୁଟି ବଣ୍ଟନ କରିବା ସର୍ବୋପରି ସମାଜସେବାକୁ ବ୍ରତ ଭାବେ ପାଳନ କରିଥିବା ବିଶିଷ୍ଟ ସମାଜସେବୀ ସୁନୀଲ ସିଂଙ୍କ ଜନ୍ମ ଦିନ ତଥା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଆଜି ପାଟଣାଗଡ଼ ଡାକ୍ତରଖାନା ଓ ବେଳପଡା ଡାକ୍ତରଖାନାରେ ରୋଗୀ, ରୋଗୀ ପରିଜନ ଓ ରାସ୍ତାରେ ବୁଲୁଥିବା ଅସହାୟମାନଙ୍କୁ ଫଳ, ବିସ୍କୁଟ, ପାଉଁରୁଟି ବଣ୍ଟନ କରାଯାଇଥିଲା । ଏକ ସ୍ୱେଚ୍ଛାସେବୀ ସଂଗଠନ କରି ଅଂଚଳରେ ଅନେକ ଜନହିତକର କାର୍ଯ୍ୟ କରି ପ୍ରଶଂସନୀୟ ହୋଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ସେବା ଚେରିଟେବୁଲର ସଭାପତି ଶ୍ରୀ ସୁନୀଲ ସିଂ ନିଜେ ଉପସ୍ଥିତ ରହି ନିଜକୁ ସାମିଲ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ଉପସଭାପତି ଗିରିରାଜ ଭୋଇ, କୋଷାଧ୍ୟକ୍ଷ ପ୍ରକାଶ ସିଂ, ମରୁଆଁ ସରପଞ୍ଚ ସନ୍ତୋସିନୀ ବିଶି, ସେବୀକା ରାଜହଂସ , ରିଙ୍କୁ ନାଗ, ସିଲୁ ସାହୁ, ସୂର୍ଯ୍ୟ ଶବର, ମନବୋଧ ବରିହା ପାଟଣାଗଡ଼ରେ ସହଯୋଗ କରିଥିବା ବେଳେ ବେଳପଡାରେ ଜନାର୍ଦ୍ଦନ ସିଂ, ହରିଷ ବୁଡେକ, ବନମାଳୀ ନାଏକ, ସିପୁନ ଖମାରୀ, ଜୟ ମେହେର, ଯୁଗଳ ମେହେର, ଇଂ.ଜଗଜୀବନ ଭୋଇ ,ଜିତୁ ନାଏକ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ ।