ଗଞ୍ଜାମ ଜିଲ୍ଲାରେ ସମଗ୍ର ଟୀକାକରଣର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସମଗ୍ର ଟୀକାକରଣ ସେବା ସବୁରି ବନ୍ଦୋବସ୍ତ ମାଧ୍ୟମରେ ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ତହସିଲଦାର ନୀଳ ମାଧବ ଭୋଇ, ବିଡ଼ିଓ ଅମ୍ବିକା ଦାଶ, ସହରାଞ୍ଚଳ ପୌର ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ, ସ୍ୱାସ୍ଥ୍ୟବିଭାଗୀୟ ଟୀକା କେନ୍ଦ୍ର ପରିଚାଳକ ସନ୍ତୋଷପଣ୍ଡା, ସ୍ୱଚ୍ଛସାଥି- କୋଡିନେଟର ସନ୍ତୋଶି ସାହୁ, ଏସ.ଦାଲେୟା ରେଡ୍ଡୀ, ପ୍ରଭାକର ବେହେରା ପ୍ରମୁଖ ବହୁ ସ୍ୱାସ୍ଥ୍ୟବିଭାଗ ଓ ପୌର କର୍ମଚାରୀ ଏହି କାର୍ୟ୍ୟକ୍ରମ ପରିଚାଳନାରେ ସକ୍ରୀୟ ଅଂଶଗ୍ରହଣ କରି ଆସିଛନ୍ତି । ଛତ୍ରପୁର ସହରରେ କଲ୍ୟାଣମଣ୍ଡପ, ଏବଂ ପୁତ୍ତିଗୋପାଳପୁରଠାରେ ଦୁଇଟି ଟୀକାକରଣ କେନ୍ଦ୍ର ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଞ୍ଚଳ ମହକୁମାରେ ବହୁ ସ୍ଥାନରେ ଟୀକାକରଣ କେନ୍ଦ୍ରମାନ ଖୋଲାଯାଇଛି, ପ୍ରମୁଖ ଟୀକାକରଣ କେନ୍ଦ୍ର ମାନଙ୍କରେ ଶୃଙ୍ଖଳିତ ଭାବେ ସମାହିତ କରାଯାଉଛି । ଏ ସବୁ ସ୍ଥାନ ମାନଙ୍କରେ ଉଚ୍ଚପଦସ୍ଥ ଅଧିକାରୀମାନେ କର୍ତ୍ତବ୍ୟରତ ଥିବା ଜଣାଯାଇଛି ।

Leave A Reply

Your email address will not be published.