ରମ୍ଭାରେ ବିଶ୍ୱ ପରିବେଶ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାନ ରାମଚନ୍ଦ୍ରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରମ୍ଭା ସହର ସ୍ଥିତ ଅଗ୍ନିଶମ କାର୍ୟ୍ୟାଳୟ ଓ ଗାୟତ୍ରୀ ଶକ୍ତିପୀଠ ପରିସରରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଓ ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳିତ ହେବା ସହ ଶତାଧିକ ଅଶୋକ, ଅର୍ଜୁନ, ଅଁଳା, ନିମ, ବେଲ, ପିଜୁଳି, କଦମ୍ବ ଚାରା ରୋପଣ କରାଯାଇଛି । ବିଶ୍ୱ ପରିବେଶ ଦିବସର ଏହି ପବିତ୍ର ଅବସରରେ ଜନସାଧାରଣଙ୍କ ମଧ୍ୟରେ ପ୍ରକୃତି ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବୃଦ୍ଧି, ଅବକ୍ଷୟଷ୍ଣୁ, ପରିବେଶ ମଣ୍ଡଳର ପୁନରୁଦ୍ଧାର, ଜୈବବିବିଧତାର ସୁରକ୍ଷା, ଜଳବାୟୁ ପରିବର୍ତନ, ତାପମାତ୍ରା ବୃଦ୍ଧି ସମସ୍ୟାର ନିରାକରଣ, ପ୍ରାକୃତିକ ଦୁର୍ବିପାକ ଓ ମନୁଷ୍ୟକୃତ ପ୍ରଦୂଷଣ ହ୍ରାସ, ପ୍ରକୁତିକ ସମ୍ପଦର ସୁରକ୍ଷା ଓ ମୂଲ୍ୟବାନ ପରିବେଶର ପୁନଃ ସ୍ଥାପନା ପାଇଁ ଜନ ସଚେତନତା କରାଯାଇଥିଲା ।ବୈଶ୍ୱିକ ମହାମାରୀ କରୋନା କାଳର ସନ୍ତୁଳିତ ପରିବେଶରେ ଭୁତାଣୁଜନିତ ରୋଗ, ପ୍ରକୃତିପୀଡିତ ଦୁର୍ବିପାକ ମଣିଷ ସମାଜ ପାଇଁ ଆହ୍ୱାନ ହୋଇଥିବାବେଳେ ପ୍ରତ୍ୟେକ ଗ୍ରାମ ଓ ସହର ସର୍ବୋପରି ରାସ୍ତାକଡ ଏବଂ ବଚାରଣ ଭୂଇଁରେ ବୃକ୍ଷ ରୋପଣ ଆଜି ବିଶ୍ୱ ପରିବେଶ ଦିବସର ପବିତ୍ର କର୍ତ୍ତବ୍ୟ ଓ ସଂକଳ୍ପଦ୍ଧତାର ବାର୍ତା ବହନ କରେ।ଆଜିର ବିଶ୍ୱ ପରିବେଶ ଦିବସରେ ଧରିତ୍ରୀ ମାତାକୁ ନୀଳଶାଢ଼ୀ ପିନ୍ଧେଇବାକୁ ସଂକଳ୍ପନେଇଥିବା ସାନ ରାମଚନ୍ଦ୍ରପୁର ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା, ସିଆରସିସି ଅଭିରାମ ନାୟକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସାତୁଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରକୃତି ବନ୍ଧୁ ଶିକ୍ଷକ ଶେଷଦେବ ବେହେରା, ରମ୍ଭା ବନାଞ୍ଚଳର ବନରକ୍ଷୀ ଶ୍ରୀମତୀ ଛବିରାଣୀ ବେହେରା, ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ, ପରିବ୍ରାଜକ ଧରମ ଦାସ, ଲମ୍ବୋଦର ମହାନ୍ତି, ବି.ଲିଙ୍ଗରାଜ ପାତ୍ର, ବିକ୍ରମ ନାହାକ, ଉପେନ୍ଦ୍ର ବେହେରା, ଅଙ୍ଗନବାଡି କର୍ମୀ, ପତଞ୍ଜଳି ଯୋଗଗୁରୁ ରବୀନ୍ଦ୍ର ବେହେରା, ରମ୍ଭା ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ସବୀର ବେହେରା, ମଦନ ମୋହନ ଦାସ ସମେତ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଦକ୍ଷିଣ ପୂର୍ବ ଉପଯୋନ ସଂଯୋଜକ ଡ଼ଃ ବୃନ୍ଦାବନ ମିଶ୍ର ଓ ରମ୍ଭା ଗାୟତ୍ରୀ ଶକ୍ତିପୀଠର ମୁଖ୍ୟଟ୍ରଷ୍ଟି ଟି.ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ଉଭୟ ଆଜିର କାର୍ୟ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ପ୍ରକୃତିପ୍ରେମୀ ସ୍ବେଚ୍ଛାସେବକଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିବାବେଳେ ଆସନ୍ତା ଜୁଲାଇ ୧ତାରିଖରୁ ୭ ତାରିଖ ପର୍ୟ୍ୟନ୍ତ ହେବାକୁ ଥିଵା ବନମହୋତ୍ସବ ସପ୍ତାହରେ ସ୍ଥାନୀୟ ଅଂଚଳରେ ବୃକ୍ଷଗଙ୍ଗା ଅଭିଯାନରେ ଚାରା ବଣ୍ଟନ କାର୍ୟ୍ୟକ୍ରମରେ ସମସ୍ତ ଜନସାଧାରଣ ସହଯୋଗ କରିବାପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.