oom

ଋଷିକୂଲ୍ୟା ପାଣିର ସୁରକ୍ଷା ପାଇଁ ଭର୍ଚ୍ୟୁଆଲ ମାଧ୍ୟମରେ ଆଲୋଚନା କଲେ ଗଞ୍ଜାମ ଏନଏସି ଓ ତିନଟି ପଞ୍ଚାୟତ ବାସିନ୍ଦା : ଭେଟିବେ ଜିଲ୍ଲାପାଳଙ୍କୁ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ, ଋଷିକୂଲ୍ୟା ନଦୀର ଜଳ ବ୍ୟବହାର କରିବା ପାଇଁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗତ ସପ୍ତାହରେ ମଞ୍ଜୁର ମିଳିବା ପରେ, ଏହାକୁ ନେଇ ଗଞ୍ଜାମ ସହରଠାରୁ ଆରମ୍ଭ କରି ବେଦେଶ ପର୍ୟ୍ୟନ୍ତ ଉଠିଛି ପ୍ରତିବାଦର ସ୍ବର । ବୁଦ୍ଧିଯିବି, ଯୁବ, ଛାତ୍ର, ସ୍ୱେଚ୍ଛାସେବୀ, କୃଷକ, ସାଧାରଣ ଲୋକ ଓ ପ୍ରବାସୀ ମାନେ ଆଗାମୀ ଭବିଷ୍ୟତ ପାଇଁ ଜଳ ସଙ୍କଟକୁ ନେଇ ଉଦବେଗ ପ୍ରକାଶ କରିବା ସହ ଋଷିକୂଲ୍ୟା ଜଳର ସୁରକ୍ଷା ନେଇ ଅଣ୍ଟାଭିଡିଛନ୍ତି । ଏକଠି ହୋଇଛନ୍ତି ଭର୍ଚ୍ୟୁଆଲ ମିଟିଙ୍ଗ ମାଧ୍ୟମରେ ଗଞ୍ଜାମ ଏନଏସି, କାଇଁଚପୁର, ପାଳିବନ୍ଦ ଓ ମାଲଡ଼ ପଞ୍ଚାୟତର ବିଭିନ୍ନ ବର୍ଗର ଲୋକେ ।
ଗ୍ରାସୀମ ଇଣ୍ଡୋଷ୍ଟିଜ ଋଷିକୂଲ୍ୟା ଜଳ ନେବା ଦ୍ୱାରା ଗଞ୍ଜାମ ଅଞ୍ଚଳରେ ଜଳସଂକଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି । ବର୍ତ୍ତମାନ ଗଭୀର ଭୁତଳ ଜଳ କମି କମି ଆସୁଥିବାରୁ ଆବଶ୍ୟକ ପରିମାଣରେ ଜଳ ମିଳୁନଥିବା ବେଳେ କେତେକ ଭୂତଳ ଜଳ ବୋରରୁ ଖାରିଜଳ ଆସିବା ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ଭାରତ ସରକାର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଗ୍ରାସୀମ ଇଣ୍ଡୋଷ୍ଟିଜକୁ ଗଞ୍ଜାମର ଲାଇଫଲାଇନ କୁହାଯାଉଥିବା ଋଷିକୂଲ୍ୟା ଜଳ ବ୍ୟବହାର କରିବା ପାଇଁ ଅନୁମତି ଦେବା ଅଞ୍ଚଳପାଇଁ ଆଗାମୀ ଦିନରେ ଜଳ ସଙ୍କଟ ଦେଖାଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏହି ଆଲୋଚନା ସମୟରେ ଜିଲ୍ଲାପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ ସହ ମିଳିତ ଭାବେ ଲଢେ଼ଇ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଯୁବସମାଜ ସେବୀ ବିପିନ ଚନ୍ଦ୍ର ମହାପାତ୍ର ଓ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡା, ଲକ୍ଷ୍ମୀ ଚରଣ ପାଢ଼ୀ, ଗଞ୍ଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ,ଗଞ୍ଜାମ ପ୍ରେସକ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ସଭାପତି ଶବର କୁମାର ତରାଇ, କୃଷକ ନେତା ସୀମାଞ୍ଚଳ ନାହାକ, ଯୁବ ସମାଜ ସେବୀ ଗିରିଜା ଶଙ୍କର ପଣ୍ଡା, ଆଦିତ୍ୟ ମହାପାତ୍ର, ସାନବାଜ଼ାର ଵ୍ୟଵସାହି ସଙ୍ଘ ସମ୍ପାଦକ ପ୍ରଭାତ କୁମାର ସାହୁ, ବିଜେଡ଼ି ନେତା ସିଲୁଦାଶ, ସୁଧୀର କୁମାର ପାଢୀ, ଦକ୍ଷିଣ ଆଫ୍ରିକାରୁ ପ୍ରବାସୀ ସୁକାନ୍ତ ମଣ୍ଡଳ, ବାଙ୍ଗାଲୋରରୁ ବଳରାମ ରାଜୁ, ଦିଲ୍ଲୀରୁ ପ୍ରତାପ ସାମନ୍ତରା, ନିହାର ରଞ୍ଜନ ବେହେରା, ରାଜେଶ କୁମାର ପଣ୍ଡା, ସମାଜସେବୀ ସଂଜୀବ ରେଡି, ପରିବେଶ ବିତ ବିଶ୍ୱନାଥ ସାମନ୍ତରା, ସ୍ୱେଚ୍ଛାସେବୀ ଶୁଭମ ରାଓ, ଅଶୁତୋଷ ଦାସ, ନୁରାପାଢ଼ୀ ପ୍ରମୁଖ ଭାଗନେଇଥିଲେ ।

jittmm
Leave A Reply

Your email address will not be published.