oom

ଗଛ ସହ ମିତ୍ରତା ବାର୍ତ୍ତା ବାଣ୍ଟିଲେ ଆଇନଜୀବୀ ହୃଷିକେଶ ପାଢ଼ୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ହୃଷିକେଶ ପାଢ଼ୀ “ଗଛ ସହ ମିତ୍ରତା’ର ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଅବସରରେ ଗଛର ଅଭାବିହେତୁ ଋତୁଚକ୍ରର ଅନିୟମିତତା ସହ ବିଶ୍ୱ ତାପାୟନ ବୃଦ୍ଧି ଏବଂ ଜଳବାୟୁର ଅହେତୁକ ପରିବର୍ତନ ଘଟୁଛି ଯାହାକି ମାନବ ସଭ୍ୟତା ପାଇଁ ଚିନ୍ତାର କାରଣ ବଢ଼ାଇଛି । ନିଜ ରଚିତ ‘ଗଛ ହସିଲେ ଜଗତ ହସେ’ ‘ପରିବେଶଧର୍ମୀ ପୁସ୍ତକକୁ ଜନସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ସହ ଦୈନିକ ସମ୍ବାଦ ଖବର କାଗଜରେ ନିଜର ପ୍ରକାଶ ପାଇଥିବା ନିବନ୍ଧ” ଗଛ ସହ ମିତ୍ରତା ‘ପାଠ କରି ପ୍ରତ୍ୟେକ ଗୋଟିଏ ଲେଖାଏ ଗଛ ଲଗାଇ ପରିବେଶ ସୁରକ୍ଷା ପାଇଁ ନିବେଦନ କରିଥିଲେ । ଏହି ଅବସରରେ ପିଜୁଳି, ବାଦାମ, ନିମ୍ୱ ଚାରା ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.