ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ ସର୍ତ୍ତଗୁଡିକ ସହିତ ଅଧ୍ୟୟନ, ପରୀକ୍ଷଣ ଏବଂ ବିଶ୍ଳେଷଣ ପାଇଁ ଭାରତରେ ଆଣ୍ଟି-କୋଭିଡ଼-୧୯ ଟିକା ସ୍ପୁଟନିକ୍ ଭି ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)କୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡ଼ିସିଜିଆଇ) ଅନୁମୋଦନ ଦେଇଛି । ସରକାରୀ ସୂତ୍ରରୁ ଶୁକ୍ରବାର ଦିନ ଏହି ସୂଚନା ମିଳିଛି । ପୁଣେ ଭିତ୍ତିକ କମ୍ପାନୀ ଏହାର ଲାଇସେନ୍ସପ୍ରାପ୍ତ ହଡପସର କେନ୍ଦ୍ରରେ ସ୍ପୁଟନିକ୍ ଭି ଉତ୍ପାଦନ ପାଇଁ ରୁଷର ଜେମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବାଓଲୋଜି ସହ ସହଭାଗୀ ହୋଇଛି ।
ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ ଭାରତର ଏହାର ଲାଇସେନ୍ସପ୍ରାପ୍ତ ହଡପସର କେନ୍ଦ୍ରରେ ଅଧ୍ୟୟନ, ପରୀକ୍ଷଣ ଏବଂ ବିଶ୍ଳେଷଣ ପାଇଁ ସ୍ପୁଟନିକ୍ ଭି କୋଭିଡ଼-୧୯ ଟିକା ଉତ୍ପାଦନ ପାଇଁ ଡ଼ିସିଜିଆଇ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମୋଦନ ଦେଇଛି । ଏହି ପରିପ୍ରେକ୍ଷୀରେ ଡ଼ିସିଜିଆଇରେ ଆବେଦନ କରାଯାଇଥିଲା । ଗୁରୁବାର ଡ଼ିସିଜିଆଇ ଦ୍ଦ୍ୱାରା ସ୍ଥିର ହୋଇଥିବା ଚୁକ୍ତିନାମା ଅନୁଯାୟୀ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ମସ୍କୋ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ହୋଇଥିବା ଚୁକ୍ତିନାମାର ଏକ କପି ଦାଖଲ କରିବାକୁ ପଡିବ ବଶେଳି କୁହାଯାଇଛି ।
ସେରମ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ କୋଭିଶିଲ୍ଡ ଟିକା ପ୍ରସ୍ତୁତ କରୁଛି । କମ୍ପାନୀ ଏ ବାବଦରେ ଗୁରୁବାର ଡ଼ିସିଜିଆଇରେ ଆବେଦନ କରିଥିଲା । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ରୁଷର ଟିକା ୨୧ ଦିନ ବ୍ୟବଧାନରେ ଦିଆଯିବା ଆବଶ୍ୟକ ।