ଆୟକର ରିଟର୍ଣ୍ଣ ଦାଖଲ ତାରିଖ ଜୁନ ୩୦ ଯାଏଁ ଘୁଞ୍ଚିଲା

ନୂଆଦିଲ୍ଲୀ : ୨୦୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ବୃଦ୍ଧି କରିଛିନ୍ତି । ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସିକ ଟିଡିଏସ୍ ଦାଖଲ କରିବା ପାଇଁ ଏହାର ଶେଷ ତାରିଖକୁ ଜୁନ ୩୦ ପର୍ୟ୍ୟନ୍ତ ବୃଦ୍ଧି କରିଦିଆ ଯାଇଛି । ଏହାପୂର୍ବରୁ, ଟିଡିଏସ୍ ଦାଖଲ କରିବାର ଶେଷ ତାରିଖ ମେ ୩୧ ଯାଏ ଥିଲା । ସେହିପରି ଫର୍ମ ୧୬ ପ୍ରଦାନ ଧାର୍ୟ୍ୟ ତାରିଖ ୧୫ ଜୁନ ଥିବା ବେଳେ ବର୍ତମାନ ଏହାକୁ ପରିବର୍ତନ କରି ଜୁଲାଇ ୧୫କୁ ବଢ଼ାଇ ଦିଆଯାଇଛି ।

Leave A Reply

Your email address will not be published.