ନାବଳିକା ମାତୃତ୍ୱ ଘଟଣା : ସହାୟତା ଅପେକ୍ଷାରେ ନାବଳିକା ମା’ ଓ ନବଜାତ ଶିଶୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଷ୍କର୍ମର ଶିକାର ହୋଇ ନାବାଳିକା ମା’ ଶିଶୁ କନ୍ୟା ଟିଏ ଜନ୍ମ ଦେଇ ସାରିଛି । ଘଟଣାକୁ ନଅ ମାସ ପୁରି ସାରିଥିବା ବେଳେ ଏଗାର ଦିନର ଚିକିତ୍ସା ପରେ ନାବଳିକା ମାଁ ନବଜାତ ଶିଶୁକୁ ନେଇ ଘରକୁ ଫେରିଛି । କିନ୍ତୁ ଏଯାଏଁ ତାକୁ ସରକାରୀ ସହାୟତା ମିଳି ପାରିନାହିଁ । ଅନୁସୁଚିତ ଜାତି ଓ ଜନଜାତି ନିରୋଧ ଆଇନରେ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ଥିବା ସୁଦ୍ଧା ଏଭଳି ଅନେକ ଘଟଣା ଜିଲ୍ଲା ପ୍ରଶାସନର ଅପାରଗତା, ଦଳିତଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଆନ୍ତରିକତାକୁ ସ୍ପଷ୍ଟ କରୁଛି ବୋଲି ପରିବାର ବର୍ଗ ତଥା ଦଳିତ ନେତୃବୃନ୍ଦ ଅଭିଯୋଗ କରିଛନ୍ତି ।

ଅନୁସୁଚିତ ଜାତି ଓ ଜନଜାତି ନିରୋଧ ଆଇନ ୧୯୮୯ ଓ ନିୟମ ୧୯୯୫ ଅନୁସାରେ ଦୁଷ୍କର୍ମ ପିଡିତା ନାବାଳିକା ଏଯାଏଁ ସରକାରୀ ସହୟତା ୫ଲକ୍ଷ ରାଶିର ୭୫% ଅର୍ଥାତ ୩କକ୍ଷ ୭୫ ଟଙ୍କ ପାଇବା ସାରିବା କଥା । ସେହିପରି ନିୟମ ୧୯୯୫, ୧୨(୪) ଅନୁସାରେ ଦୁଷ୍କର୍ମ ପିଡିତାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସହାୟତା ଭାବେ ପ୍ରତିମାସ ୫ହଜାର ଟଙ୍କା ଓ ମହଙ୍ଗା ଭତ୍ତା ଦେବା ମଧ୍ୟ ବ୍ୟସ୍ଥା ରହିଛି । ଆହୁରି ଦୁଷ୍କର୍ମ ପିଡିତା ଯଦି ଶାରିରୀକ ଅକ୍ଷମ ଥାଇ ଯଦି ସନ୍ତାନ ଜନ୍ମ ଦେବେ ତେବେ ସରକାର ତାଙ୍କର ସମଗ୍ର ଭରଣ ପୋଷଣ କରିବା ମଧ୍ୟ ବ୍ୟବସ୍ଥା ରହିଛି । କିନ୍ତୁ ଏହି ଘଟଣାରେ ପିଡିତା ନିୟମାନୁସାରେ କୌଣସି ସହାୟତା ପାଇ ପାରିନାହାନ୍ତି । ଜିଲ୍ଲାରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ପାଇଁଁ ଜିଲ୍ଲା ଭିଜିଲାନ୍ସ ଓ ମୋନିଟରିଂ କମିଟି ରହିଛି ଖୋଦ ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ଥିବା ବେଳେ, ଜିଲ୍ଲା ଅରକ୍ଷୀ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସମସ୍ତ ନିର୍ବାଚିତ୍ନ ପ୍ରତିନି÷ଧି ଏହାର ସଦସ୍ୟ ରହିଛନ୍ତି । ପ୍ରତି ତିନି ମାସରେ ବୈଠକ ଡକାଯାଇ ବିଭିନ୍ନ ଘଟଣାରେ ବିକାଶ ଉପରେ ଅଲୋଚନା ହେବା କଥା । କିନ୍ତୁ ଦୁଃଖର ବିଷୟ ଯେ ଗତ ତିନି ବର୍ଷ ହେବ ଏହି କମିଟିର କୌଣସି ବୈଠକ ହେଉ ନାହିଁ । ଫଳରେ ଏଭଳି ଅନେକ ଦଳିତ ନାନା ଘଟଣାର ଶିକାର ହୋଇ ସରକାରୀ ସହାୟତା ଅପେକ୍ଷାରେ ରହିଥିବା ଦଳିତ ନେତା ଦିନେଶ ନାଗ କହିଛନ୍ତି । ଅନ୍ୟ ପକ୍ଷରେ ଥାନାରେ ମାମଲା ହେବା ପରେ ପିଡିତାଙ୍କୁ ପ୍ରଶାସନ ତରଫରୁ ୩୦ହଜାର ଟଙ୍କା ସହାୟତା ରାଶି ସମେତ ଅଙ୍ଗେନବାଡି ଅନ୍ତର୍ଗତ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି । ତାଙ୍କର ଚାର୍ଜସିଟ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକାରୀ ଏହାକୁ ଅନୁମୋଦନ ପାଇଁ ପଠାଇଥିବା ଦଳିତ ନେତା ତ୍ରିଲୋଚନ ନନ୍ଦ ସୂଚନା ଦେଇଛନ୍ତି । ତେବେ ଦୀର୍ଘ ଏଗାର ଦିନର ଚିକିତ୍ସା ପରେ ଆଜି ନାବାଳିକା ମାଁ ନିଜ ଶିଶୁକୁ ନେଇ ଘରକୁ ଫେରିଛି । ଏଭିତରେ ଜିଲ୍ଲା ନାରୀ ଶକ୍ତି ସଂଗଠନ, ଭୀମ ଭୋଇ ମେଡିକାଲ କର୍ମକର୍ତ୍ତା ଓ କିଛି ଦଳିତ ନେତାଙ୍କ ସାହାଯ୍ୟ ସହେଯାଗ ମିଳିଛି । ଆହୁରି ନାରୀ ଶକ୍ତି ସଂଗଠନ, ମୁଳନିବାସୀ ସେନା ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଉଦ୍ୟମ କ୍ରମେ ଏକ ନିଶୁକ୍ଳ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ମା’ ଛୁଆଙ୍କୁ ଘରକୁ ନେବା ବ୍ୟବସ୍ଥା କରାଯାଇ ପାରିଛି । ହେଲେ ସରକାରୀ ନିୟମ ମୁତାବକ ଅନେକ ସୁଯୋଗ ସୁବିଧାରୁ ଏହି ମା’ ଛୁଆ ଏବେ ବି ବଞ୍ଚିତ ରହିଥିବା ପରିତାପର ବିଷୟ ବୋଲି ପରିବାର ଦୁଃଖ ପ୍ରକାଶ କରିଛନ୍ତି । ଏଘଟଣାର ତଦନ୍ତ ହେଲେ ଘଟଣାକୁ ନେଇ ସତ୍ୟସତ୍ୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.